ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ପିକଅପ୍ ଭ୍ୟାନ୍ ଧକ୍କାରେ ବୃଦ୍ଧ ମୃତ

Published By : Prameya | January 27, 2025 8:27 AM

ଭୁବନେଶ୍ଵର, ୨୭/୦୧ : ପିକଅପ୍ ଭ୍ୟାନ୍ ଧକ୍କାରେ ବୃଦ୍ଧ ମୃତ। ଆସ୍କା ବ୍ଲକ ଗାଙ୍ଗପୁର ଥାନା କେଶରା ପଲ୍ଲୀ ଛକ ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ବୁଦ୍ଧ ଜଣଙ୍କ ସୀମାଞ୍ଚଳ ସ୍ଵାଇଁ (୬୨ ବର୍ଷ) ବୋଲି ଜଣାପଡ଼ିଛି।

ଏହି ଖବରଟିକୁ ପଢନ୍ତୁ-ଆସନ୍ତା ୩ ଦିନ ଘନ କୁହୁଡ଼ି କରିବ କଲବଲ, ଆଜି ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ; ୫ ଦିନ ଶୁଖିଲା ପାଗ

ସୂଚନାନୁଯାୟୀ, ସୋମବାର ସକାଳେ ଗାଙ୍ଗପୁର ଥାନା କେଶରା ପଲ୍ଲୀ ଛକ ଠାରେ ବୃଦ୍ଧ ସୀମାଞ୍ଚଳ ସ୍ଵାଇଁ ମୁହଁ ଧୋଇବା ପାଇଁ ଘରୁ ବାହାରି ରାସ୍ତାକଡ଼ରେ ଥିବା ନଳକୂପ ପାଖକୁ ଆସିଥିଲେ। ଏହି ସମୟରେ ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ସୀମାଞ୍ଚଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆସ୍କା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। 

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.