ନରସିଂହପୁର, ୬/୬: ବାରାହା ଆକ୍ରମଣରେ ବୃଦ୍ଧା ଆହତ। ଆହତ ବ୍ୟକ୍ତି ଜଣଙ୍କ ନରସିଂହପୁର ବ୍ଲକ ଅନ୍ତର୍ଗତ ଜୟପୁର ଅନନ୍ତ ପ୍ରସାଦ ଗ୍ରାମର ସୁବଳ ଚରଣ ନାୟକ(୬୨) ବୋଲି ଜଣାପଡିଛି।
ସୂଚନା ମୁତାବକ, ସୁବଳଗ୍ରାମ ନିକଟସ୍ଥ ଜଙ୍ଗଲକୁ ଦାନ୍ତକାଠି ସଂଗ୍ରହ କରିବା ପାଇଁ ଯାଇଥିବା ସମୟରେ ଗୋଟିଏ ଦନ୍ତା ବାରାହା ଆକ୍ରମଣ କରିଥିଲା। ପାଟିଶୁଣି ଏହି ସମୟରେ ନିକଟରେ ବନ୍ଧରେ ଗାଧଉଥିବା ବଳିଆ ନାୟକ ଦୌଡ଼ି ଆସି ସୁବଳଙ୍କୁ ଉଦ୍ଧାର କରିଥିଲେ। ପରେ ନରସିଂହପୁର ମେଡିକାଲକୁ ଆଣି ତାଙ୍କ ଚିକିତ୍ସା କରାଯାଉଥିବା ସୂଚନା ରହିଛି।