ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବିଜେପି ଓ କଂଗ୍ରେସକୁ ନୋଟିସ୍‌ ପଠାଇଲେ ନିର୍ବାଚନ ଆୟୋଗ

Published By : Tapas Panda | November 16, 2024 9:03 PM

Image Courtesy: indiatoday

ନୂଆଦିଲ୍ଲୀ: ନିର୍ବାଚନୀ ପ୍ରଚାରରେ ଆକ୍ଷେପ ଓ ପ୍ରତିଆକ୍ଷେପ ଅଭିଯୋଗକୁ ନେଇ ଉଭୟ ବିଜେପି ଓ କଂଗ୍ରେସକୁ ନୋଟିସ୍‌ ପଠାଇଛନ୍ତି  ନିର୍ବାଚନ ଆୟୋଗ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିର୍ବାଚନ ଆୟୋଗ ନୋଟିସ୍‌ କରି ଜବାବ ମାଗିଛନ୍ତି । ଜେପି ନଡ୍ଡା ଏବଂ ଖଡଗେଙ୍କୁ ନିଜ ଷ୍ଟାର ପ୍ରଚାରକ ଏବଂ ନେତାଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଆୟୋଗ କହିଛନ୍ତି । ନିର୍ବାଚନ ଆୟୋଗ ଦୁଇ ନେତାଙ୍କୁ ପରସ୍ପର ବିରୋଧରେ ଅଣାଯାଇଥିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେବା ପାଇଁ ମଧ୍ୟ କହିଛନ୍ତି ।

 ନିର୍ବାଚନ ଆୟୋଗ ଦୁଇ ରାଷ୍ଟ୍ରୀୟ ପାର୍ଟିର ଅଧ୍ୟକ୍ଷଙ୍କୁ ନୋଟିସ୍ କରି ନଭେମ୍ୱର ୧୮ ସୁଦ୍ଧା ଔପଚାରିକ ବୟାନ ଦେବା ପାଇଁ କହିଛନ୍ତି । ଏହାସହ ନିର୍ବାଚନ ଆୟୋଗ ମେ’ ୨୨ରେ ଜାରି କରିଥିବା ନିଜର ପୁରୁଣା ମାର୍ଗଦର୍ଶିକା କଥା ଉଲ୍ଲେଖ କରି, ଏହାକୁ ପାଳନ କରିବା ପାଇଁ ଦୁଇ ନେତାଙ୍କୁ କହିଛନ୍ତି । ନିର୍ବାଚନୀ ରାଲିରେ ସାର୍ବଜନୀନ ମର୍ଯ୍ୟାଦାର ଉଲ୍ଲଂଘନ ନକରି ଏବଂ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧିର ସଠିକ ପାଳନ ପାଇଁ କହିଛନ୍ତି । ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଜାରି ନିର୍ବାଚନୀ ପ୍ରଚାରରେ ଦୁଇ ପାର୍ଟି ପରସ୍ପର ବିରୋଧରେ ବୟାନବାଜି କରୁଛନ୍ତି । ଏନେଇ ପରସ୍ପର ବିରୋଧରେ ଔପଚାରିକ ଭାବେ ଅଭିଯୋଗ ବି ରଖିଛନ୍ତି ବିଜେପି ଓ କଂଗ୍ରେସ । ଏହି ଅଭିଯୋଗ ଉପରେ ଏବେ ନିର୍ବାଚନ ଆୟୋଗ ଦୁଇ ପ୍ରମୁଖ ଦଳର ଅଧ୍ୟକ୍ଷଙ୍କୁ ତଲବ କରିଛନ୍ତି ।

 ରିପୋର୍ଟ ଅନୁସାରେ, ବିଜେପି ନେତା ନିର୍ବାଚନ ପ୍ରଚାର ବେଳେ ମିଛ ଏବଂ ବିଭାଜନକାରୀ ବୟାନ ଦେଉଥିବା କଂଗ୍ରେସ ଅଭିଯୋଗ କରିଥିଲା । ଅନ୍ୟପଟେ ନଭେମ୍ୱର ୧୧ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ରାଜ୍ୟ ମଧ୍ୟରେ ବିବାଦ କରିବାକୁ ଚାହୁଁଥିବା ବିଜେପି ଅଭିଯୋଗ କରିଥିଲା । ଏହାସହ ସମ୍ୱିଧାନକୁ ନେଇ ମିଛ ପ୍ରଚାର କରୁଛନ୍ତି ବୋଲି ବିଜେପି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୨୦ରେ ହେବ । ସେହିଭଳି ନଭେମ୍ବର ୨୦ରେ ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.