ନୂଆଦିଲ୍ଲୀ, ୧୩/୦୨ : ନା ଇଞ୍ଜିନ୍ ର ଘୁଁ ଘାଁ ଶବ୍ଦ, ନା ଦୁର୍ଗନ୍ଧ ଧୁଆଁ... ସଡ଼କରେ ଚୁପଚାପ୍ ଦୌଡ଼େ ଇଭି କାର୍। ହେଲେ ଏହି ନିସ୍ତବ୍ଦତା ଆଢୁଆଳରେ ଲୁଚି ରହିଛି ଏକ ସାଇଲେଣ୍ଟ କାହାଣୀ। ଯାହା ଆପଣଙ୍କୁ ଦୋହଲାଇ ଦେବ। ସରକାରୀ ରେକର୍ଡ ଦେଖିଲେ ମୁଣ୍ଡ ଘୂରାଇଦେବ। କେଉଁଠି ଦୁର୍ଘଟଣା ତ ଆଉ କେଉଁଠି ଧୁଆଁ ପରେ ବ୍ଲାଷ୍ଟ... ଗତ ୩ ବର୍ଷ ଭିତରେ ଏମିତି ହଜାର ହଜାର ଦୁର୍ଘଟଣା ଘଟିଛି। ତେବେ ଆମେ କହୁନୁ ଯେ ଇଭି କେତେ ବିପଦ। ସବୁଠୁ ବଡ଼ କଥା ହେଲା ଭବିଷ୍ୟତରେ ପରପୀଢିଙ୍କ ପାଇଁ ବିକଳ୍ପ ପାଲଟିବାକୁ ଯାଉଥିବା ଏହି ଗାଡି କେତେ ସୁରକ୍ଷିତ ?
ପ୍ରଦୂଷଣ ଏବଂ ପେଟ୍ରୋଲ, ଡିଜେଲର ଦରଦାମ୍ ବୃଦ୍ଧି ପାଇଁ ଇଭି ଏକ ଶସ୍ତା ଏବଂ ପରିବେଶ ଅନୁକୂଳ ବିକଳ୍ପ ପାଲଟିଛି। ପାରମ୍ପରିକ ତୈଳ ଉପରେ ନିର୍ଭରତା ହ୍ରାସ ଲାଗି ସରକାର ମଧ୍ୟ ଇଭିକୁ ପ୍ରୋତ୍ସାହନ ଦେଉଛନ୍ତି। ହେଲେ ଯେତେ ଶୀଘ୍ର ଇଭି ଲୋକପ୍ରିୟତା ହାସଲ କରିଛି ସେତିକି ଅଧିକ ଏହାର ଦୁର୍ଘଟଣା ମାମଲା ସାମ୍ନାକୁ ଆସିଛି। ଯେଉଁଥିପାଇଁ ଇଭିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୩ ବର୍ଷରେ ଅନେକ ଦୁର୍ଘଟଣା
କେନ୍ଦ୍ର ହେଭି ଇଣ୍ଡଷ୍ଟ୍ରୀ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଗତ ୩ ବର୍ଷ ଭିତରେ ଭିନ୍ନ ଭିନ୍ନ ରାଜ୍ୟରେ ଇଭି ସହ ଜଡ଼ିତ ପ୍ରାୟ ୨୩ ହଜାର ୮୬୫ ଦୁର୍ଘଟଣା ଘଟିଛି। ଏଥି ମଧ୍ୟରୁ ୨୬ଟି ଗାଡିରେ ନିଆଁ ଲାଗିବା ଯୋଗୁଁ ଦୁର୍ଘଟଣା ଘଟିଛି। ୨୦୨୩ରେ ୫,୫୯୪ ଦୁର୍ଘଟଣା ଘଟିଛି। ୨୦୨୪ରେ ୭ ହଜାର ୮୧୭ ଦୁର୍ଘଟଣା ହୋଇଛି। ୨୦୨୫ରେ ୧୦ ହଜାର ୪୫୪ ଦୁର୍ଘଟଣା ଘଟିଛି। କେନ୍ଦ୍ରମନ୍ତ୍ରୀ ଭୂପତିରାଜୁ ଶ୍ରୀନିବାସ ବର୍ମା ଲୋକସଭାରେ ଏହି ରିପୋର୍ଟ ଦେଇଛନ୍ତି। ତେବେ ଏହି ଦୁର୍ଘଟଣା ପଛର ପ୍ରକୃତ କାରଣ ଏବଂ ଏହାର ସମାଧାନ ପାଇଁ ସରକାର ଏକ ଏକ୍ସପର୍ଟ ଯାଞ୍ଚ ଟିମ୍ ଗଠନ କରିଥିଲେ। ଏହି ଟିମରେ DRDO, IISc ବେଙ୍ଗାଲୁରୁ ଏବଂ ନୌସେନା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପରୀକ୍ଷାଗାର, ବିଶାଖାପାଟଣାର ବିଶେଷଜ୍ଞମାନେ ସାମିଲ ଥିଲେ। ଏହି ବିଶେଷଜ୍ଞମାନେ ଇଭି ଦୁର୍ଘଟଣା ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ।
ଏହି ଖବରଟିକୁ ପଢନ୍ତୁ- ଜିରୋ ସାଇଜ୍ ଫିଗର୍, ହରିଣୀ ଭଳି ଆଖି, AI ସୁନ୍ଦରୀ ମୋୟା... ସ୍ପର୍ଶ କଲେ ଲାଗିବ ଆପଣାର