ଢେଙ୍କାନାଳ,୨୯/୮:  ଜାତୀୟ ରାଜପଥର ଡିଭାଇଡର ଭାଙ୍ଗିଲେ ହାତୀ। ଢେଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଅନନ୍ତପୁର ଛକରେ ଦୁଇଟି ହାତୀ  ଡିଭାଇଡର୍ ଭାଙ୍ଗିଦେଇଛନ୍ତି।

ଗତ ୮ ଦିନ ପୂର୍ବରୁ ଗୋଟିଏ ଦନ୍ତା ଏବଂ ଗୋଟିଏ ମାଈହାତୀ ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ଜଙ୍ଗଲ ଅଞ୍ଚଳରୁ ଆସି ଭୁବନସ୍ଥିତ ଭାରତୀ ପାହାଡ଼ରେ ଚଳପ୍ରଚଳ କରୁଥିଲେ। ଶୁକ୍ରବାର ସକାଳେ ହଠାତ୍ ଦୁଇଟି ଯାକ ହାତୀ ରାଜରାସ୍ତା ଉପରକୁ ଚାଲି ଆସି ଅନନ୍ତପୁର ଗ୍ରାମ ଆଡ଼କୁ ପଳାଇଯାଇଥିଲେ। ରାସ୍ତା ପାର ହେବା ସମୟରେ ରାସ୍ତା ଉପରେ ଲାଗିଥିବା ଡିଭାଇଡରକୁ ଭାଙ୍ଗି ଦେଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ହାତୀ ଦୁଇଟି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ପୋବଳ ଜଙ୍ଗଲକୁ ଚାଲିଯାଇଥିବା ବେଳେ ସେଠାରେ ସୁକିନ୍ଦା ବନବିଭାଗ ଏବଂ ଗ୍ରାମବାସୀ ହାତୀଙ୍କୁ ଜଗି ରହିଛନ୍ତି।