ଉଦଳା,୧।୩ : ଗୋଠ ଛଡ଼ା ଦନ୍ତା ପଶିଲା ଗାଁରେ। ଗାଁରେ ପଶି ଆତଙ୍କ ଖେଳାଇଛି ଗୋଟିଏ ଦନ୍ତା ହାତୀ। ଉଦଳା ବନାଞ୍ଚଳ ସୁରୁକୁନା ଜଙ୍ଗଲରେ ପଶିବା ସହିତ ଗାଁ ଭିତରେ ପଶିଛି ଦନ୍ତା। ଗୋଠ ରୁ ବାହାରି ଏକୁଟିଆ ହୋଇଯାଇଥିବା ଦନ୍ତା ହାତୀ ଟି ଜନବସତିରେ ପଶି ଲୋକଙ୍କ ବାଡ଼ିରେ ଥିବା ଗଛ ଭାଙ୍ଗିଛି। କିଛି ଲୋକଙ୍କ ଘର ମଧ୍ୟ ହାତୀ ଭାଙ୍ଗିଥିବା ଜଣାଯାଇଛି। ବଡ଼ସାହି ଅଞ୍ଚଳରୁ ଆସିଥିବା ହାତୀଟି ଆତଙ୍କ ଖେଳାଇଥିବା ବେଳେ ତାକୁ ଘଉଡ଼ାଇବା ପାଇଁ ବନ ବିଭାଗ ନାକେଦମ ହୋଇଛି।