ଜହ୍ନ।ପଙ୍କ,୨୭।୨: ନଦୀକୂଳରେ ବୁଲୁଛନ୍ତି ରବି ଫସଲ ନଷ୍ଟ କରୁଛନ୍ତି । ବଢ଼ିଗଲାଣି ଚାଷୀଙ୍କ ଚିନ୍ତା । ବୌଦ୍ଧ ବ୍ଲକ ବଢ଼ିଗାଁ ପଂଚାୟତ ଅନ୍ତର୍ଗତ ବଲାସିଙ୍ଗା ମହାନଦୀ କୁଳରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ । ଏହି ହାତୀପଲ ଏଠାରେ ରହିଥିବା ଖବର ପାଇବା ପରେ ଘୌଡାଇବା ପାଇଁ ବୌଦ୍ଧ ରେଞ୍ଜର୍ ଅର୍ଚ୍ଚନା ଗମାଙ୍ଗୋ ଓ ସ୍କ୍ଵାର୍ଡ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

​​​​​​​

ମିଳିଥିବା ସୂଚନା ଅନୁଯାୟୀ, ମହାନଦୀର ଅପରପାର୍ଶ୍ବ ଆଠମଲ୍ଲିକ ରେନଜ ନାଏକପଡ଼ା ଜଙ୍ଗଲରୁ ଗୁରୁବାର ବିଳମ୍ବିତ ରାତିରେ ହାତୀପଲ ମହାନଦୀ ପାର ହୋଇ ବଲାସିଙ୍ଗା ମହାନଦୀ କୁଳରେ ଜଙ୍ଗଲିଆ ପରିବେଶରେ ଅଟକି ରହିଛନ୍ତି l ନିକଟବର୍ତ୍ତୀ ଅଂଚଳରେ ଚାଷୀଙ୍କ ପରିବା ଓ ଅନ୍ୟ ରବି ଫସଲ ନଷ୍ଟ କରିଥିବା ଚାଷୀମାନେ କହିଛନ୍ତି । ତେବେ ଶୁକ୍ରବାର ରାତିରେ ହାତୀପଲଙ୍କୁ ଘୌଡାଇବା ପାଇଁ ବନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ଏହି ହାତୀ ପଲରେ ୪ ଟି ଛୁଆ ହାତୀ, ମାଇ ହାତୀ ୭ ଟା ଓ ଅଣ୍ଡିରା ହାତୀ ୨ ଟା ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଏହାସହ ପଢ଼ନ୍ତୁ : ମାର୍ଚ୍ଚ ୨୬ ନୁହେଁ ୨୮ରୁ ଆରମ୍ଭ ହେବ ଆଇପିଏଲ ୨୦୨୬, ଜାଣନ୍ତୁ ଦୁଇଦିନ ବିଳମ୍ବ ପଛର କାରଣ