ଭୁବନେଶ୍ୱର,୧୮/୦୪ : କିଛି ଦିନର ବ୍ୟବଧାନ ପରେ ପୁଣି ଶିଖରଚଣ୍ଡୀ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଗତକାଲି ରାତିରୁ ଦୁଇଟି ଦନ୍ତା ଏଠାରେ ଉତ୍ପାତ କରୁଛନ୍ତି। ତେବେ ଏହି ଦୁଇ ଦନ୍ତାଙ୍କୁ ସହର ଭିତରକୁ ନ ପୁରାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଦନ୍ତା ଦୁଇଟିଙ୍କୁ ଠାବ କରିବାକୁ ବନ ବିଭାଗ ଟ୍ରାକିଂ କରିବା ଆରମ୍ଭ କରିଛି । ଏଥିପାଇଁ ବିଭାଗ ପକ୍ଷରୁ ଦୁଇଟି ସ୍ପେଶାଲ ଟିମ ଗଠନ କରାଯାଇଛି ।
ଏହି ଟିମରେ ଚନ୍ଦକା ଓ ଭୁବନେଶ୍ୱର ରେଞ୍ଜର କର୍ମଚାରୀ ଅଛନ୍ତି । ସେମାନେ ହାତୀର ଲୋକେସନ ଠାବ କରି ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି । ଟର୍ଚ୍ଚ ପକାଇବା ସହିତ ସାଇରନ ବଜାଇ ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ କରାଯାଉଛି । ଆମ୍ବ ଖାଇବାକୁ ହାତୀ ଦୁଇଟି ଚନ୍ଦକା ଜଙ୍ଗଲରୁ ପଳାଇ ଆସିଥିବା ସୂଚନା ଦେଇଛନ୍ତି ଡେପୁଟି ରେଞ୍ଜର ।
ଅଧିକ ପଢ଼ନ୍ତୁ :- Heat Wave Alert: ଆଉ ୪ ଦିନ ନିଆଁ ବର୍ଷା, ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ, ଉପକୂଳରେ ଭୀଷଣ ଗରମ ଓ ଗୁଳୁଗୁଳ ଆଶଙ୍କା