ନିମବାହାଳି,୨୬/୦୨: ଥମୁନି ହାତୀ ଉପଦ୍ରବ । ଯୁବକଙ୍କୁ ଘରୁ ଘୋଷାଡ଼ି ନେଇ ଦଳିଦେଲା ଦନ୍ତା । ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳୀ ସେକ୍ସସନ ମୋଟଙ୍ଗା ଥାନା ଅନ୍ତର୍ଗତ ନଗାରୀ ଗାଁରୁ ଏଭଳି ଅଘଟଣା ସାମ୍ନାକୁ ଆସିଛି। ମୃତ ଯୁବକ ଜଣକ କଷ୍ଟୁ ବେହେରା ବୋଲି ଜଣାପଡିଛି।
ଆହୁରି ପଢନ୍ତୁ-ଆଜି ଓଡ଼ିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍: ଗସ୍ତକୁ ନେଇ କଟାକ୍ଷ କଲା ମହାନଦୀ ବଞ୍ଚାଅ ଆନ୍ଦୋଳନ ମଞ୍ଚ
ସୂଚନା ମୁତାବକ, ଗତକାଲି ବିଳମ୍ୱିତ ରାତିରେ କଷ୍ଟୁ ବେହେରାଙ୍କୁ ହାତୀ ଘର ଭିତରୁ ଘୋଷାଡି ନେଇ ଦଳି ଦେଇଛି । ଫଳରେ ଘଟଣାସ୍ଥଳରେ କଷ୍ଟୁଙ୍କର ମୃତ୍ୟୁ ଘଟିଛି ।ଖବରପାଇ ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ଆଇନ ବିଶୃଙ୍ଖଳା ଆଶଙ୍କାରେ ମୃତଦେହକୁ ଯୁଦ୍ଧକାଳୀନ ଅବସ୍ଥାରେ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇ ଦେଇଥିବା ସୂଚନା ମିଳିଛି । ସେପଟେ ବନବିଭାଗ ଅଧିକାରୀ ଓ କର୍ମଚାରୀମାନେ ହାତୀପଲଙ୍କୁ ଜାତୀୟ ରାଜପଥ ଓ ରେଳପଥ ପାର କରିବା ପରେ କାର୍ଯ୍ୟାଳୟରେ ଯାଇ ଶୋଇ ପଡୁଥିବାରୁ ଏପରି ଅଭାବନୀୟ ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।