ସୁନ୍ଦରଗଡ଼, ୦୬/୦୯ : ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପାହାଡ଼ରେ ୨୨ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଆତଙ୍କ। ପାହାଡ଼ରେ କିଛି ଦିନ ରହିବା ପରେ ଏବେ ଗାଁ ମୁହାଁ ହାତୀପଲ। ମଙ୍ଗଳବାର ରାତିରେ ହାତୀପଲ ମୁକୁନ୍ଦପୁର, ଉଦାରମା ଗାଁରେ ପଶି ବିଲ ଗୁଡ଼ିକରୁ ଫସଲ ନଷ୍ଟ କରିଛନ୍ତି।
ଏବେ ଲୋକମାନେ ଧାନ ଚାଷ କରିଥିବା ବେଳେ ଏହି ହାତୀପଲ ପଶି ଏହାକୁ ନଷ୍ଟ କରୁଥିବାରୁ ଲୋକେ ଚିନ୍ତିତ ରହିଛନ୍ତି। ଅନ୍ୟପଟେ ହାତୀପଲ ଗାଁ ପାଖ ଜଙ୍ଗଲରେ ରହୁଥିବାରୁ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀପଲଙ୍କୁ ଘଉଡାଇବାକୁ ବନ ବିଭାଗ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଏଥିରେ ଫେଲ ମାରିଛନ୍ତି।