କଳିଙ୍ଗା, ୪/୭: ଜି. ଉଦୟଗିରି ବ୍ଲକରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ହାତୀ ଏବେ ଜଙ୍ଗଲ ଛାଡି ସହରରେ ପଶିବା ଆରମ୍ଭ କଲେଣି। ଜି ଉଦୟଗିରି ସହରର ପଦାସାହି ଆଖପାଖରେ ହାତୀ ରହୁଥିବା ଖବର ମିଳୁଥିବା ବେଳେ ଏବେ ହାତୀବାଲି ଅଂଚଳରେ ହାତୀ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇ ପଡିଛନ୍ତି।
ଖବର ମୁତାବକ, ଗୁରୁବାର ରାତି ପ୍ରାୟ ୩ଟା ସମୟରେ ଫରେଷ୍ଟ ଟ୍ରେନିଂ ସ୍କୁଲ ଆଗ ପଟ ଗେଟ ଲୁହା ଗ୍ରୀଲକୁ ଗୋଡରେ ଆଡେଇ ଗୋଟିଏ ହାତୀ ଭିତରେ ପଶି ପଛପଟେ ଥିବା ନର୍ସରୀ ଗେଟ ଭାଙ୍ଗି ମାଲିକପଡି ଜଗଂଲକୁ ଯାଇଥିବା କହିଛି ବନ ବିଭାଗ। ଫରେଷ୍ଟ ଟ୍ରେନିଂ ସ୍କୁଲରେ ବିଶେଷ କ୍ଷୟକ୍ଷତି ହୋଇ ନ ଥିବା କହିଛନ୍ତି ଟ୍ରେନିଂ ସ୍କୁଲ କର୍ତ୍ତୃପକ୍ଷ। ସ୍କୁଲ ନିକଟରେ ଏକ ଅଟୋ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛି।
ହାତୀଟି ଟ୍ରେନିଂ ସ୍କୁଲ ଗେଟ ଭିତରେ ପଶିବା ପରେ ଫରେଷ୍ଟ କଲୋନୀରୁ ଏକ ଅଟୋ ବାହାରୁ ଥିବା ସିସିଟିଭି କ୍ୟାମେରା ଫୁଟେଜରେ କଏଦ ହୋଇଛି। ଟ୍ରେନିଂ ସ୍କୁଲ ତରଫରୁ ଲାଗିଥିବା ଏହି ସିସିଟିଭି ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଲୋକେ ଦେଖି ଲୋକେ ଭୟଭୀତ ହୋଇଛନ୍ତି। ଶୁକ୍ରବାର ଜି. ଉଦୟଗିରି ବନ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହରରେ ଲୋକଙ୍କୁ ସତର୍କ ରହିବା ସହିତ ରାତିରେ ବାହାରେ ଚଳପ୍ରଚଳ ନ କରିବା ପାଇଁ ପରାମର୍ଶ ଦିଆଯାଇଛି।