ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଗୋଠଛଡା ହୋଇଥିବା ହାତୀ ଛୁଆକୁ ନେଲାନି ମା’ ଓ ହାତୀପଲ

Published By : Suraj Kumar | November 3, 2024 9:03 PM

କେନ୍ଦୁଝର, ୩।୧୧   ହାତୀ ପଲ ଠାରୁ ଗୋଠ ଛଡା ହୋଇଯାଇ ଥିବା ହାତୀ ଛୁଆକୁ ତା ମା’ ଓ ହାତୀ ପଲ ପାଖରେ ଛାଡ଼ିବା କୁ ବନ ବିଭାଗର ଅନେକ ଚେଷ୍ଟା ସତ୍ତ୍ବେ ଛୁଆ କୁ ଗ୍ରହଣ କଲା ନାହିଁ ମା’ ହାତୀ କି ହାତୀ ପଲ । ଏ ନେଇ ସୂଚନା ଦେଇଛନ୍ତି ତିଏଫଓ | 

ଗତକାଲି କେନ୍ଦୁଝର ସଦର ରେଞ୍ଜ ଜଗଦଳା ଡ୍ୟାମ   ନିକଟ ତେଲଭଙ୍ଗା ଗାଁ ରେ ରହି ଯାଉଥିବା ହାତୀ ଛୁଆକୁ ଜଙ୍ଗଲ ଭିତରକୁ ନେଇ ଦଳ ସହ ମିଶାଇବାକୁ ଅନେକ ଚେଷ୍ଟା କରିଥିଲେ ବନ ବିଭାଗ । ହେଲେ ହାତୀ ପଲ ଛୁଆା କୁ ଗ୍ରହଣ କରିନଥିଲେ । ଫଳରେ ବନ ବିଭାଗ ହାତୀ ଛୁଆକୁ ଫେରାଇ ଆଣି  ପଦ୍ମପୁର ନର୍ସରୀରେ ରଖିଥିଲା। ରାତି ରେ ହାତୀ ଛୁଆ ଟିର ଯତ୍ନ ନେବା ସହ ତାକୁ କ୍ଷୀର ଖାଇବାକୁ ଦିଆଯିବା ପରେ ତାର ସ୍ୱାସ୍ଥ ଅବସ୍ଥା ପୁରା ଭଲ ଥିଲା ।

ରବିବାର ସକାଳୁ ହାତୀ ପଲ ଚମ୍ପୁଆ ରେଞ୍ଜ ର ରଗୁଡି ଓ ବସନ୍ତପୁର ଜଙ୍ଗଲ ରେ ଥିବା ବନ ବିଭାଗ ଜାଣିବା ପରେ ହାତୀ ଛୁଆଟିକୁ ପୁଣି ସେହି ଜଙ୍ଗଲକୁ  ଦିନ ଦୁଇଟା ସମୟରୁ ନେଇ ହାତୀ ପଲ ରେ ମିଶାଇବାକୁ ଚେଷ୍ଟା ଚଳାଇଛି ।  ରାତି ତମାମ ଚେଷ୍ଟା ଚାଲିବ ଓ ଧର୍ମାଲ କ୍ୟାମେରା ସାହାଯ୍ୟରେ ହାତୀଙ୍କ ଉପରେ ନଜର ରଖାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି । ଆସନ୍ତା କାଲି ୱାଇଲ୍ଡ ଲାଇଫ ପିସିସିଏଫ ଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ ବୋଲି ଡିଏଫଓ ସୂଚନା ଦେଇଛନ୍ତି I

ଏଠାରେ ସୂଚନା ଯୋଗ୍ୟ ଯେ ଗତକାଲି ରାତିରେ   ଏକ ୧୩ ଟିକିଆ ବଣୁଆ ହାତୀ ପଲ ବାମେଵାରୀ ସେକ୍ସନ   ରୁ ଆସିଥିବା ଜଗଦଳା ଡ୍ୟାମ ନିକଟ ତେଲଭଙ୍ଗା ଗାଁ ନିକଟରେ ଥିବା ଏକ ନାଳ ପାର ହୋଇ ପାରି ନଥିଲା । ଫଳରେ ହାତୀ ପାଲ ତାକୁ ସେଠାରେ ଛାଡ଼ି ଚାଲି ଯାଇଥିଲେ ଓ ହାତୀ ଛୁଆ ଟି ଗୋଠ ଛଡା ହୋଇ ଗାଁ ଭିତରକୁ ଆସି ଜଣଙ୍କ ଘର ଭିତରକୁ ପଶି ଆସି ଥିଲା |

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.