କେନ୍ଦୁଝର, ୩।୧୧   ହାତୀ ପଲ ଠାରୁ ଗୋଠ ଛଡା ହୋଇଯାଇ ଥିବା ହାତୀ ଛୁଆକୁ ତା ମା’ ଓ ହାତୀ ପଲ ପାଖରେ ଛାଡ଼ିବା କୁ ବନ ବିଭାଗର ଅନେକ ଚେଷ୍ଟା ସତ୍ତ୍ବେ ଛୁଆ କୁ ଗ୍ରହଣ କଲା ନାହିଁ ମା’ ହାତୀ କି ହାତୀ ପଲ । ଏ ନେଇ ସୂଚନା ଦେଇଛନ୍ତି ତିଏଫଓ | 

ଗତକାଲି କେନ୍ଦୁଝର ସଦର ରେଞ୍ଜ ଜଗଦଳା ଡ୍ୟାମ   ନିକଟ ତେଲଭଙ୍ଗା ଗାଁ ରେ ରହି ଯାଉଥିବା ହାତୀ ଛୁଆକୁ ଜଙ୍ଗଲ ଭିତରକୁ ନେଇ ଦଳ ସହ ମିଶାଇବାକୁ ଅନେକ ଚେଷ୍ଟା କରିଥିଲେ ବନ ବିଭାଗ । ହେଲେ ହାତୀ ପଲ ଛୁଆା କୁ ଗ୍ରହଣ କରିନଥିଲେ । ଫଳରେ ବନ ବିଭାଗ ହାତୀ ଛୁଆକୁ ଫେରାଇ ଆଣି  ପଦ୍ମପୁର ନର୍ସରୀରେ ରଖିଥିଲା। ରାତି ରେ ହାତୀ ଛୁଆ ଟିର ଯତ୍ନ ନେବା ସହ ତାକୁ କ୍ଷୀର ଖାଇବାକୁ ଦିଆଯିବା ପରେ ତାର ସ୍ୱାସ୍ଥ ଅବସ୍ଥା ପୁରା ଭଲ ଥିଲା ।

ରବିବାର ସକାଳୁ ହାତୀ ପଲ ଚମ୍ପୁଆ ରେଞ୍ଜ ର ରଗୁଡି ଓ ବସନ୍ତପୁର ଜଙ୍ଗଲ ରେ ଥିବା ବନ ବିଭାଗ ଜାଣିବା ପରେ ହାତୀ ଛୁଆଟିକୁ ପୁଣି ସେହି ଜଙ୍ଗଲକୁ  ଦିନ ଦୁଇଟା ସମୟରୁ ନେଇ ହାତୀ ପଲ ରେ ମିଶାଇବାକୁ ଚେଷ୍ଟା ଚଳାଇଛି ।  ରାତି ତମାମ ଚେଷ୍ଟା ଚାଲିବ ଓ ଧର୍ମାଲ କ୍ୟାମେରା ସାହାଯ୍ୟରେ ହାତୀଙ୍କ ଉପରେ ନଜର ରଖାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି । ଆସନ୍ତା କାଲି ୱାଇଲ୍ଡ ଲାଇଫ ପିସିସିଏଫ ଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ ବୋଲି ଡିଏଫଓ ସୂଚନା ଦେଇଛନ୍ତି I

ଏଠାରେ ସୂଚନା ଯୋଗ୍ୟ ଯେ ଗତକାଲି ରାତିରେ   ଏକ ୧୩ ଟିକିଆ ବଣୁଆ ହାତୀ ପଲ ବାମେଵାରୀ ସେକ୍ସନ   ରୁ ଆସିଥିବା ଜଗଦଳା ଡ୍ୟାମ ନିକଟ ତେଲଭଙ୍ଗା ଗାଁ ନିକଟରେ ଥିବା ଏକ ନାଳ ପାର ହୋଇ ପାରି ନଥିଲା । ଫଳରେ ହାତୀ ପାଲ ତାକୁ ସେଠାରେ ଛାଡ଼ି ଚାଲି ଯାଇଥିଲେ ଓ ହାତୀ ଛୁଆ ଟି ଗୋଠ ଛଡା ହୋଇ ଗାଁ ଭିତରକୁ ଆସି ଜଣଙ୍କ ଘର ଭିତରକୁ ପଶି ଆସି ଥିଲା |