ଜହ୍ନlପଙ୍କ,୨୯/୮ : ବୌଦ୍ଧ ବ୍ଲକ ବଢିଗାଁ ପଞ୍ଚାୟତ ଅନ୍ତର୍ଗତ ବଲାସିଙ୍ଗା ଗ୍ରାମରେ ଥିବା ମହୁଲ ମୁଳ ମହିମା ଆଶ୍ରମ ନିକଟରେ ଅଟକି ରହିଛନ୍ତି ୮ଟିକିଆ ହାତୀ ପଲ l ଗୁରୁବାର ବିଳମ୍ବିତ ରାତିରେ ବନ ବିଭାଗ ଖୁଣ୍ଟବନ୍ଧ ପଞ୍ଚାୟତ ଚଣ୍ଡିଗଡ଼ ମହାନଦୀ ନିକଟରୁ ହାତୀଙ୍କୁ ଘଉଡ଼ାଇବା ଫଳରେ ଜଗତି ମୁହାଁ ହୋଇଥିଲେ। 

ସେଠାରୁ ଫେରି ବଲାସିଙ୍ଗା ମହୁଲ ମୁଳ ମହିମା ଆଶ୍ରମ ନିକଟରେ ଡେରା ପକାଇଛନ୍ତି l ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି l ସେହିପରି ଉକ୍ତ ଅଂଚଳରେ ହାତୀ ଅବସ୍ଥାନ କରିଥିବା ହେତୁ ବିଦ୍ୟୁତ୍ ବିଭାଗ ବନ ବିଭାଗ ସୂଚନା କ୍ରମେ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ୍ ସରବରାହକୁ ବିଛିନ୍ନ କରିଥିବାରୁ ଲୋକେ ଅସୁବିଧା ଭୋଗ କରୁଥିବା ଅଭିଯୋଗ କରିଛନ୍ତି। 

ଘଟଣାସ୍ଥଳକୁ ଡ଼ିଏଫଓ ରାଜେନ୍ଦ୍ର ଗୋଛାୟତ, ଏସିଏଫ ମିନାକ୍ଷୀ କୁମୁରା, ରେଞ୍ଜର ଅର୍ଚନା ଗମାଙ୍ଗ ପହଂଚି ହାତୀପଲର   ଗତିବିଧି ଉପରେ ତୀକ୍ଷଣ ନଜର ରଖିବାକୁ ବୌଦ୍ଧ ବନପାଳ ପ୍ରସନ୍ନ ପ୍ରଧାନ, ବନ ବିଭାଗ ସ୍କ୍ୱାଡ଼   ଓ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ସ୍ୱରାଜ କହଁର ଓ ବନ କର୍ମଚାରୀମାନେ ହାତୀକୁ ଜଗି ରହିଥିବା ଦେଖିବାକୁ ମିଳିଛି l