ନୂୂଆଦିଲ୍ଲୀ,୨୧/୦୭: ଏଲନ ମସ୍କଙ୍କ କମ୍ପାନି ଏକ୍ସଏଆଇ ଏବେ ଶିଶୁଙ୍କ ଲାଗି ସୁରକ୍ଷିତ ଏବଂ ୟୁଜର ଫ୍ରେଣ୍ଡଲି ଆପ୍‌ ଆଣିବା ଲାଗି ପ୍ରସ୍ତୁତି କରୁଛି । ଶୀଘ୍ର ନୂଆ ବେବି ଗ୍ରୋକ୍‌ ଆପ୍‌ ଲଞ୍ଚ ହେବ ବୋଲି ମସ୍କ ରବିବାର ଏକ୍ସ  ପ୍ଲାଟଫର୍ମରେ ଘୋଷଣା କରିଛନ୍ତି । ଏହା ଦ୍ୱାରା ଶିଶୁଙ୍କ ଲାଗି ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସେମାନଙ୍କ ବୟସ ମୁତାବକ  କଣ୍ଟେଣ୍ଟ ଉପଲବ୍ଧ ହେବ ।

ବେବି ଗ୍ରୋକ୍‌ ଆପ୍‌କୁ ସମ୍ପୂର୍ଣ୍ଣ  ଭାବେ ଶିଶୁଙ୍କ ଲାଗି ଡିଜାଇନ କରାଯିବ । ଏଥିରେ ପ୍ରାପ୍ତ  ବୟସ୍କ ଏବଂ ସମ୍ବେଦନଶୀଳ କଣ୍ଟେଣ୍ଟକୁ ବ୍ଲକ କରାଯିବ ।  ସେହିଭଳି ଆପ୍‌ରେ ଅଭିଭାବକଙ୍କ ଲାଗି କଣ୍ଟ୍ରୋଲ  ସିଷ୍ଟମ ମଧ୍ୟ ରହିବ । ଏହା ଦ୍ୱାରା ସେମାନେ ଆପ୍‌ର  ବ୍ୟବହାର ଏବଂ ସେଟିଂ ଉପରେ ନଜର ରଖିପାରିବେ ।