ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଆମେରିକା ଆକାଶରେ ଦେଖାଯାଉଥିବା ୟୁଏଫଓ ଏଲିୟନଙ୍କ ସ୍ପେସ୍‌କ୍ରାଫ୍ଟ ନୁହେଁ: ଏଲନ୍‌ ମସ୍କ

Published By : Tapas Panda | October 9, 2024 9:51 PM

ନୂଆଦିଲ୍ଲୀ: ଆମେରିକା ଆକାଶରେ ଦେଖାଯାଉଥିବା ‘ଅଜଣା ଉଡ଼ନ୍ତା ବସ୍ତୁ’ ବା ୟୁଏଫୟୁ ଏଲିୟନଙ୍କ ସ୍ପେସ୍‌କ୍ରାଫ୍ଟ ନୁହେଁ ବୋଲି କହିଛନ୍ତି ସ୍ପେଶ୍‌ ଏକ୍ସର ସିଇଓ ଏଲନ ମସ୍କ । ଟକର କାର୍ଲସନ୍‌ଙ୍କ ସହ ସାକ୍ଷାତକାର ସମୟରେ ମସ୍କ ଅଭିଯୋଗ କରିଛନ୍ତି ଯେ, ଲୋକେ ଯେଉଁ ୟୁଏଫକୁ ଦେଖିଛନ୍ତି ବୋଲି ଦାବି କରୁଛନ୍ତି ତାହା ସମ୍ଭବତଃ ଆମେରିକା ସରକାରଙ୍କ ଦ୍ବାରା କରାଯାଉଥିବା ନୂଆ ଯୁଦ୍ଧାସ୍ତ୍ର କାର୍ଯ୍ୟକ୍ରମ । ବିଭିନ୍ନ ମହାକାଶ ଅଭିଯାନ କରୁଥିବା ସେସ୍‌ଏକ୍ସର ମାଲିକ ହୋଇଥିବା ବେଳେ ସେ କେବେ ବି ଏଲିୟନ ଥିବା ନେଇ କୌଣସି ପ୍ରମାଣ ପାଇନାହାନ୍ତି ବୋଲି ମସ୍କ କହିଛନ୍ତି । କିନ୍ତୁ ବ୍ରହ୍ମାଣ୍ଡରେ ଏମିତି କିଛି କଥା ରହିଛି ସେ ସଂପର୍କରେ କାହାକୁ ଜଣାନାହିଁ ବୋଲି କହିଛନ୍ତି ମସ୍କ । 

ଏଲନ ମସ୍କ କାର୍ଲସନ୍‌ଙ୍କୁ ପଚାରିଛନ୍ତି, ‘ଆମେ କେଉଁଠୁ ଆସିଛନ୍ତି ? ଏଲିୟନ୍ସ କେଉଁଠି ଅଛନ୍ତି ?’  ମହାକାଶରେ ଥିବା ଉପଗ୍ରହର ଉଦାହରଣ ଦେଇ ସେ କହିଛନ୍ତି, ଏଲିୟନ୍ସର ଅସ୍ତିତ୍ବ ସମ୍ଭବ ନୁହେଁ । କକ୍ଷରେ ୬ ହଜାରରୁ ଅଧିକ ଉପଗ୍ରହ ରହିଛି କିନ୍ତୁ ଏଲିୟନ୍ସ ଥରେ ହେଲେ ବି ନିଜ ସ୍ପେସକ୍ରାଫ୍ଟରେ ବୁଲୁଥିବା ଦେଖିବାକୁ ମିଳିନାହିଁ । ୟୁଏଫଓକୁ ନେଇ ଆମେରିକୀୟ ସେନା ଦାବି କରିଆସିଛି କିନ୍ତୁ ଏନେଇ କାହିଁକି ବଳିଷ୍ଠ ପ୍ରମାଣ ଦେଇପାରୁନି ବୋଲି ପ୍ରଶ୍ନରେ ମସ୍କ କହିଛନ୍ତି, ଅଜଣା ଉଡ଼ନ୍ତା ବସ୍ତୁ ଗୋଟିଏ କଥା ହୋଇପାରେ କିନ୍ତୁ ଅନେକ ସମୟରେ ବିଭିନ୍ନ ପରୀକ୍ଷଣ କରାଯାଉଛି । 

ଆମେରିକା ସରକାର ନୂଆ ବିମାନ, ନୂଆ ମିସାଇଲ୍‌ ଏବଂ ନୂଆ ବସ୍ତୁର ପରୀକ୍ଷଣ କରୁଛନ୍ତି । ଏହି ସବୁ ପରୀକ୍ଷଣ ଏତେ ଗୁପ୍ତ ଉପାୟରେ କରାଯାଉଛି ଯେ, ଆମେରିକୀୟ ସେନାର ଶୀର୍ଷ ଅଧିକାରୀଙ୍କୁ  ମଧ୍ୟ ଜଣାନଥାଏ ବୋଲି ମସ୍କ ଦାବି କରିଛନ୍ତି । ମସ୍କ ଆହୁରି କହିଛନ୍ତି ଯେ, କିଛି ପାଇଲଟ୍‌ ତାଙ୍କ ଆଗରେ କିଛି ଜିନିଷ ଦ୍ରୁତ ଗତିରେ ଗତି କରୁଥିବା ଦେଖିଲେ ସେମାନେ କହୁଛନ୍ତି ଆମେ ୟୁଏଫଓ ଦେଖିଲୁ । କିନ୍ତୁ ଏହା ଏକ ନୂତନ ଯୁଦ୍ଧାସ୍ତ୍ର ପରୀକ୍ଷଣ ହୋଇପାରେ । 

ସେପଟେ ଯଦି ଭବିଷ୍ୟତରେ ଏଲିୟନ ସଂପର୍କରେ କିଛି ପ୍ରମାଣ ମିଳେ ତେବେ ଲୋକଙ୍କୁ ଏନେଇ ବିସ୍ତୃତ୍ବ ଭାବରେ ସୂଚନା ଦେବେ ବୋଲି ମସ୍କ କହିଛନ୍ତି । ଏହା ପୂର୍ବରୁ ୨୦୨୩ରେ ଏଲିୟନର ଉପସ୍ଥିତି ନେଇ ଆଶାବ୍ୟକ୍ତ କରିଥିଲେ ଏଲନ ମସ୍କ । ତେବେ ନିକଟ ଅତୀତରେ ଆମେରିକା ଅନେକ ୟୁଏଫଓ ଦେଖାଯାଇଥିବା ନେଇ ଦାବି କରିଥିଲା । କିନ୍ତୁ ଏଥିରେ ବାହାର ଗ୍ରହର ଜୀବ କିମ୍ବା ଏଲିୟନ୍‌ ଥିବା ନେଇ କୌଣସି ପ୍ରମାଣ ଦେଇପାରି ନଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.