ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ମସ୍କଙ୍କ ବଡ଼ ଅଫର୍: ବିନା କୌଣସି ଖାସ୍ ଡିଗ୍ରୀରେ ଏକ୍ସରେ ମିଳିବ ଚାକିରି, କେବଳ ଗୋଟିଏ ଯୋଗ୍ୟତା…

Published By : Prameya | January 17, 2025 8:52 PM

ନୂଆଦିଲ୍ଲୀ, ୧୭।୧: ବେକାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଏକ୍ସରେ ମିଳିବ ଚାକିରି । ବଡ଼ ଘୋଷଣା କରିଛନ୍ତି ଏଲନ ମସ୍କ । କୌଣସି ଖାସ୍ ଡିଗ୍ରୀ ବିନା ଚାକିରି ପାଇବାକୁ ଚାହୁଁଥିଲେ ଏହି ଖବର ଆପଣଙ୍କ ପାଇଁ । କେଉଁ ସ୍କୁଲରେ ପଢ଼ିଛନ୍ତି କି କେତେ ଯାଏ ପାଠ ପଢ଼ିଛନ୍ତି କିଛି ବି ଦରକାର ନାହିଁ । ଏହି ଚାକିରି ପାଇଁ କେବଳ ଗୋଟିଏ ଯୋଗ୍ୟତା ଦରକାର । ଆଉ ସେହି ଯୋଗ୍ୟତା କ’ଣ ଆସନ୍ତୁ ଜାଣିବା…

ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସର ମାଲିକ ଏଲନ ମସ୍କ ନିଜ କମ୍ପାନୀରେ ଚାକିରି ଦେବାକୁ ଏକ ବଡ଼ ଘୋଷଣା କରିଛନ୍ତି । ଏକ୍ସରେ ଭିନ୍ନ ଢଙ୍ଗରେ ନିଯୁକ୍ତି ପାଇଁ ପୋଷ୍ଟ କରିଛନ୍ତି ମସ୍କ । ସେ ପୋଷ୍ଟରେ ଲେଖିଛନ୍ତି କି ‘ଆପଣ କେତେ ଯାଏ ପଢ଼ିଛନ୍ତି ଦରକାର ନାହିଁ, କି କେଉଁ ସ୍କୁଲରେ ପଢ଼ିଛନ୍ତି ତାହା ବି ଆବଶ୍ୟକ ନାହିଁ । ଏହି ଚାକିରି ପାଇଁ କେବଳ ଗୋଟିଏ ଯୋଗ୍ୟତା ଦରକାର । ଯଦି ଆପଣ କେବଳ ଦକ୍ଷ ସଫ୍ଟୱେୟାର ଇଞ୍ଜିନିୟର ତେବେ ଏହି ଚାକିରି ପାଇଁ ଆବେଦନ କରନ୍ତୁ । ମସ୍କ ତାଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ‘ଏଭ୍ରିଥିଙ୍ଗ’ ପାଇଁ ଜଣେ ତାଲିମପ୍ରାପ୍ତ ସପ୍ଟୱେର ଇଞ୍ଜିନିୟର ଖୋଜୁଛନ୍ତି । 

ତେବେ ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ସେ ଡିଗ୍ରୀ ଅପେକ୍ଷା ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇଆସିଛନ୍ତି । ୨୦୧୪ରେ ସେ ସ୍ପଷ୍ଟ କରିଥିଲେ କି ଟେସଲାରେ କାମ କରିବା ପାଇଁ କୌଣସି ବିଶ୍ୱବିଦ୍ୟାଳୟର ଡିଗ୍ରୀର ଆବଶ୍ୟକତା ନାହିଁ । ତାଙ୍କ ବିଚାରରେ ଏହା ଯୋଗ୍ୟତା ସମ୍ପର୍କରେ ନୁହେଁ ଯେ କିଏ କେତେ ପଢ଼ିଛନ୍ତି ବରଂ କିଏ କେତେ କାମ କରି ଦେଖାଇପାରିବେ ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ । ଏହା ତାଙ୍କ କମ୍ପାନୀର ଦ୍ୱିତୀୟ ଅଫର୍ । କହିରଖୁ କି, ମସ୍କ ଏକ୍ସକୁ ଏମିତି ଏକ ସିଙ୍ଗଲ ପ୍ଲାଟଫର୍ମ କରିବାକୁ ପ୍ରସ୍ତୁତ ହେଉଛନ୍ତି ଯାହା ପେମେଣ୍ଟ, ମେସେଜ୍, ଇ-କମର୍ସ ଓ ମଲ୍ଟିମିଡିଆ ଭଳି ସମସ୍ତ ସେବା ଯୋଗାଇ ପାରିବ । ଚୀନର ୱିଚାଟ୍ ଏମିତି ଏକ ଆପ୍ ଯାହା ସେଠାରେ ବହୁଳ ମାତ୍ରାରେ ବ୍ୟବହାର ହୋଇଥାଏ । ଏହି ଗୋଟିଏ ଆପ୍ ବ୍ୟବହାର କରି ୟୁଜର୍ ସପିଂ, ପେମେଣ୍ଟ, ସେସିଆଲ ନେଟୱାର୍କିଂ ଆଦି କରିପାରନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.