ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏକ୍ସ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର , ସବୁ ୟୁଜରଙ୍କ ପାଇଁ ମାଗଣା ହେଲା Grok AI ଚାଟ୍‌ବଟ୍‌

Published By : Prameya | December 7, 2024 7:30 PM

ନୂଆଦିଲ୍ଲୀ : ଏଲନ ମସ୍କଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ଭଲ ଖବର। ଏଲନ ମସ୍କଙ୍କର ଗ୍ରୋକ୍‌ ଏଆଇ (Grok AI) ଚାଟବଟ୍‌ ଏବେ ସବୁ ୟୁଜରଙ୍କ ପାଇଁ ମୁକ୍ତ ହୋଇ ଯାଇଛି, ଅର୍ଥାତ୍‌ ବର୍ତ୍ତମାନ ସବୁ ୟୁଜର ବିନା କୌଣସି ଅର୍ଥ ଦେୟରେ ଗ୍ରୋକ୍‌ ଏଆଇକୁ ମାଗଣାରେ ଆକ୍ସେସ କରି ପାରିବେ।

ଗ୍ରୋକ୍‌କୁ ସର୍ବପ୍ରଥମେ ମସ୍କଙ୍କ ଏକ୍ସଏଆଇ ୨୦୨୩ ରେ ଲଞ୍ଚ କରିଥିଲା ଏବଂ ଏହାକୁ ଏକ୍ସ ସହ ଇଣ୍ଟିଗ୍ରେଟ୍ କରାଯାଇ ଥିଲା, କିନ୍ତୁ ପ୍ରଥମେ ଏହି ଚାଟବଟ୍‌ ଯାଏ ପହଞ୍ଚିବା ପାଇଁ ୟୁଜରଙ୍କୁ ଏକ୍ସର ପ୍ରିମିୟମ ସବ୍ସକ୍ରିପସନ କିଣିବାକୁ ପଡ଼ୁଥିଲା। ଏବେ କମ୍ପାନୀ ଏହାକୁ ସବୁ ୟୁଜରଙ୍କ ପାଇଁ ମାଗଣା କରିଦେଇଛି। ଯେଉଁଥିରେ ଏହାର ସିଧା ମୁକାବିଲା ଚାଟ୍‌ଜିପିଟି , ଜେମିନି ଓ କ୍ଲାଓଡ୍‌ ଭଳି ଚାଟବଟ୍‌ରେ ଦେଖିବାକୁ ମିଳିବ। 

ଲାଇଭ୍‌ ମିଣ୍ଟ ନିଜର ରିପୋର୍ଟରେ କହିଛି , ଏକ୍ସଏଆଇ ଏବେସୁଦ୍ଧା ସବୁ ୟୁଜରଙ୍କ ପାଇଁ ଗ୍ରୋକ୍‌ର ଉପଲବ୍ଧତାର ସ୍ପଷ୍ଟ କରୁଥିବା କୌଣସି ଔପଚାରିକ ବୟାନ ଜାରି କରାଯାଇ ନାହିଁ, କିନ୍ତୁ ଅନେକ ୟୁଜର ଏକ୍ସ ପ୍ରିମିୟମ ସବ୍ସକ୍ରିପସନକୁ ନକିଣି ମଧ୍ୟ ଗ୍ରୋକ୍‌ ଯାଏ ଆକ୍ସେସ୍‌ ପ୍ରାପ୍ତ କରିବାର ନିଜର ଅନୁଭବ ସେୟାର କରିଛନ୍ତି। ଆମେ ଏହା ସ୍ପଷ୍ଟ କରି ପାରିବୁ ଯେ, ଗ୍ରୋକ୍‌ ଏଆଇ ବାସ୍ତବରେ ଆମର ଏକ୍ସ ଫିଡ୍‌ରେ ସାମିଲ ହୋଇ ଯାଇଛି। 

ଫ୍ରି ଭର୍ସନରେ କଣ କଣ କରି ପାରିବେ ୟୁଜର –

ଏହି କଥାକୁ ଧ୍ୟାନ ଦେବେ ଯେ,ଗ୍ରୋକ୍‌ ଏଆଇର ଫ୍ରି ଭର୍ସନ କିଛି ଲିମିଟେସନ୍ସ ସହ ଆସିଥାଏ। ଏକ୍ସରେ ସେୟାର କରାଯାଇ ଥିବା ପୋଷ୍ଟ ଅନୁସାରେ , ୟୁଜର ପ୍ରତି ଦୁଇ ଘଣ୍ଟାରେ ସର୍ବାଧିକ ୧୦ଟି ମେସେଜ୍‌ ପଠାଇ ପାରିବେ ଏବଂ ପ୍ରତିଦିନ ସର୍ବାଧିକ ୩ଟି ଫଟୋକୁ ହିଁ ବିଶ୍ଳେଷଣ କରି ପାରିବେ। 

ନିଜର ପ୍ରତିଦ୍ୱନ୍ଦୀଙ୍କ ବିପରୀତ, ଗ୍ରୋକ୍‌ ବର୍ତ୍ତମାନ ଏକ୍ସରେ ହିଁ ଇନ-ବିଲ୍ଟ ଅଛି, କିନ୍ତୁ ରିପୋର୍ଟ ଅନୁସାରେ ଏହାକୁ ଶୀଘ୍ର ଚାଟ୍‌ଜିପିଟି ଓ ଜେମିନି ପରି ଏକ ଷ୍ଟାଣ୍ଡଅଲୋନ ଆପ୍‌ ଭାବେ ଲଞ୍ଚ କରାଯାଇ ପାରେ। କହି ରଖୁଛୁ କି ଚାଟ୍‌ଜିପିଟି ଓ ଜେମିନି ଆପ୍‌ ଅନେକ ଦିନରୁ ଆଇଓଏସ ଓ ଆଣ୍ଡ୍ରଏଡରେ ଉପଲବ୍ଧ ଅଛି। 

ବର୍ତ୍ତମାନରେ , ଗ୍ରୋକ୍‌ ପୂର୍ବର ଫଟୋକୁ ହିଁ ବିଶ୍ଳେଷଣ କରି ପାରିବ ଏବଂ ଏଲନ ମସ୍କ ଏହା ମଧ୍ୟ ହିଣ୍ଟ ଦେଇଛନ୍ତି ଯେ, ଚାଟ୍‌ବଟ୍‌ ଶୀଘ୍ର ପିଡିଏଫ୍‌ ଓ ୱାର୍ଡ ଭଳି ଫର୍ମାଟରେ ଡକ୍ୟୁମେଣ୍ଟସକୁ ପ୍ରୋସେସ୍‌ କରିବାର କ୍ଷମତା ହାସଲ କରି ପାରିବ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.