ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପାକିସ୍ତାନରେ ନଜର ଆସିଲେ ଏଲନ ମସ୍କଙ୍କ ପରି ଦେଖାଯାଉ ଥିବା ବ୍ୟକ୍ତି , ବନ୍ଧୁମାନଙ୍କ ସହ ଭାତ ଖାଉ ଥିବାର ଭିଡ଼ିଓ ଭାଇରାଲ

Published By : Prameya | March 16, 2025 7:34 PM

ନୂଆଦିଲ୍ଲୀ : ଆମେରିକୀୟ କୋଟିପତି ଏଲନ ମସ୍କଙ୍କ ଡୁପ୍ଲିକେଟ୍‌ର ଭିଡ଼ିଓ କ୍ଲିପ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏଥିରେ ଦେଖାଯାଉ ଥିବା ବ୍ୟକ୍ତି ପାକିସ୍ତାନୀ ଥିବା କୁହାଯାଉଛି। ସେ ନିଜର ବନ୍ଧୁଙ୍କ ସହ ଆରାମରେ ଖାଦ୍ୟ ଖାଉ ଥିବାର ଦେଖି ପାରିବେ। କିଛି ଲୋକ ଏହାକୁ ଟେସ୍‌ଲା ଓ ସ୍ପେସ୍‌ଏକ୍ସର ସିଇଓଙ୍କର ୟୁଥ୍‌ ଭାରିଏଣ୍ଟ କହୁଛନ୍ତି। ଉଭୟଙ୍କ ଏକା ଭଳି ମିଶୁ ଥିବା ଚେହେରାକୁ ନେଇ ଇଣ୍ଟରନେଟ୍‌ ୟୁଜର ଖୁବ୍‌ ଉତ୍ସାହିତ ଅଛନ୍ତି ଏବଂ ବିଭିନ୍ନ ପ୍ରକାରର କମେଣ୍ଟସ କରୁଛନ୍ତି। ଭାଇରାଲ ଭିଡ଼ିଓରେ ଦେଖା ଯାଉଛି କି ଏହି ବ୍ୟକ୍ତି ଭାତ ଖାଉଛନ୍ତି ଏବଂ ତାଙ୍କର ଜଣେ ବନ୍ଧୁ ପସ୍ତୋ ଭାଷାରେ ତାଙ୍କୁ ଏଲନ ମସ୍କ କହୁଛନ୍ତି। 

ଭିଡ଼ିଓ ଫୁଟେଜ୍‌କୁ ଇନଷ୍ଟାଗ୍ରାମ୍‌ ୟୁଜର ଗୋହର ଜମାନ ସେୟାର କରି ଥିଲେ। ସେ ମଜାଳିଆ ଅନ୍ଦାଜରେ କ୍ୟାପସନ ଦେଇଛନ୍ତି , ପାକସ୍ତାନର କେପିକେରେ ଏଲନ ମସ୍କଙ୍କ ଏହି ଡୁପ୍ଲିକେଟକୁ ଦେଖନ୍ତି। ଏହା ଏଲନ ମସ୍କ ଖାନ ୟୁସିଫଜଇ। 

ଉଲ୍ଲେଖନୀୟ ଯେ, ଏହି ଯୁବକଙ୍କ ଚେହେରା କିଛି ମାତ୍ରାରେ ଯୁବ ଏଲନ ମସ୍କଙ୍କ ପରି ମିଶି ଯାଉଛି। ଏହି କାରଣରୁ ଲୋକଙ୍କର ଏଥିରେ ଖୁବ୍‌ ଉତ୍କଣ୍ଠା ସୃଷ୍ଟି ହେଉଛି। ଏହି ବିଷୟରେ ଅନେକ ପ୍ରକାରର କଥା କୁହାଯାଉଛି। କହି ରଖୁଛୁ କି ଏହା ପୂର୍ବରୁ ମଧ୍ୟ ଅନେକ ଜଣାଶୁଣା ବ୍ୟକ୍ତିଙ୍କ ଡୁପ୍ଲିକେଟ୍‌ ଫଟୋ ଓ ଭିଡ଼ିଓ ଭାଇରାଲ ହୋଇଛି। ଏବେ ଏହି ତାଲିକାରେ ଏଲନ ମସ୍କଙ୍କ ନାଁ ମଧ୍ୟ ସାମିଲ ଅଛି। 

ଏଲନ ମସ୍କଙ୍କ ସହ ଜଡ଼ିତ ଖବର କଥା ଯଦି କହିବା ତ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ର ଡିଜିଟାଲ ସେବା କମ୍ପାନୀ ଜିୟୋ ପ୍ଲାଟଫର୍ମ୍ସ ଲିମିଟେଡ୍‌ ମସ୍କଙ୍କ ସ୍ପେସ୍‌ଏକ୍ସ ସହ ଚୁକ୍ତିନାମାରେ ଦସ୍ତଖତ କରିଛି। କମ୍ପାନୀ ଗତ ଦିନରେ ଏହି ସୂଚନା ଦେଇଛି। ଏହି ଡିଲ୍‌ ସ୍ପେସ୍‌ଏକ୍ସକୁ ଭାରତରେ ଷ୍ଟାରଲିଙ୍କ୍‌ର ଉପଗ୍ରହ ସଞ୍ଚାର-ଆଧାରିତ ସେବା ଗୁଡ଼ିକୁ ବିକ୍ରି କରିବା ପାଇଁ ମଞ୍ଜୁରୀ ହାସଲ କରିବାର ଅଧିନ। ଏହାର ଗୋଟିଏ ଦିନ ପୂର୍ବରୁ ହିଁ ଜିୟୋର ପ୍ରତିଦ୍ୱନ୍ଦ୍ୱୀ ଭାରତୀ ଏୟାରଟେଲ୍‌ ସ୍ପେସ୍‌ଏକ୍ସ ସହ ଏହି ପ୍ରକାରର ଚୁକ୍ତି ଉପରେ ଦସ୍ତଖତ କରିଛି। ରିଲାଏନ୍ସ ଜିୟୋର ଗ୍ରୁପ୍‌ ସିଇଓ ମାଥ୍ୟୁ ଓମନ କହିଛନ୍ତି, ଷ୍ଟାରଲିଙ୍କ୍‌କୁ ଭାରତରେ ଆଣିବା ପାଇଁ ସ୍ପେସ୍‌ଏକ୍ସ ସହ ଆମର ସହଯୋଗ ଆମର ପ୍ରତିବଦ୍ଧତାକୁ ମଜବୁତ୍‌ କରିଥାଏ। ଏହା ସମସ୍ତଙ୍କ ପାଇଁ ସିମଲେସ୍‌ ବ୍ରୋଡବ୍ରାଣ୍ଡ କନେକ୍ଟିଭିଟର ଦିଗରେ ପରିବର୍ତ୍ତନକାରୀ ପଦକ୍ଷେପ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.