ଭୁବନେଶ୍ୱର, ୦୯/୦୩: ରାଜଧାନୀରେ ଏଟିଏମ୍ ଲୁଟେରାକୁ ଏନକାଉଣ୍ଟର । ସ୍ପେଶାଲ ସ୍କ୍ୱାର୍ଡଙ୍କ ଗୁଳି ମାଡ଼ରେ ଗୁରୁତର ହେଲା ଆନ୍ତରାଜ୍ୟ ଲୁଟେରା ଦୀପକ କୁମାର । ସେ ବିହାର ଅଞ୍ଚଳର ହୋଇଥିବା ବେଳେ ଓଡିଶା ଆସି ବିଭିନ୍ନ ଏଟିଏମ୍‌ କରୁଥିଲା ଲୁଟ୍‌ । 

ସୂଚନା ମୁତାବକ, ଟଙ୍କପାଣି ରୋଡ୍‌ରେ ଏକ ଏଟିଏମ ଲୁଟ ଉଦ୍ୟମ ପାଇଁ ଆସିଥିବା ବେଳେ ପୋଲିସ ସହ ମୁହଁ ମୁହିଁ ହୋଇଥିଲା ଦୀପକ କୁମାର । ପୋଲିସକୁ ଦେଖି ସେ ଗୁଳି ଚଳାଇଥିଲା । ପୋଲିସର ପାଲଟା ଆକ୍ରମଣରେ ଦୀପକର ବାମ ଗୋଡ଼ରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ଦୀପକକୁ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଏମ୍ସରେ ଭର୍ତ୍ତି କରିଛି ସ୍ପେଶାଲ ସ୍କ୍ୱାର୍ଡ । ତେବେ ଦୀପକ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ନେଇ ସୂଚନା ମିଳିଛି ।