ନୂଆଦିଲ୍ଲୀ : ଆଜିକା ସମୟରେ ଏନର୍ଜୀ ଡ୍ରିଙ୍କର ଟ୍ରେଣ୍ଡ ଖୁବ୍ ଜୋରରେ ବଢୁଛି। କ୍ଲାନ୍ତ ଦୂର କରିବା , ତୁରନ୍ତ ଏନର୍ଜୀ ପାଇବା ଏବଂ କାମ କିମ୍ୱା ପାଠପଢାରେ ଫୋକସ ବୃଦ୍ଧି କରିବା ପାଇଁ ଅନେକ ଲୋକ ଏହାର ସେବନ କରିଥାନ୍ତି। ବିଶେଷକରି ଯୁବବର୍ଗ ଏହାକୁ ନିଜର ଦୈନିକ ଜୀବନଶୈଳୀର ଅଂଶ କରୁଛନ୍ତି। ବିଳମ୍ୱିତ ରାତ୍ରି ଯାଏ ଚେଇଁ ରହିବା , ଦୀର୍ଘ ସମୟ ଯାଏ ସ୍କ୍ରିନରେ କାମ କରିବା ଏବଂ ଫାଷ୍ଟ ଲାଇଫ୍ ଷ୍ଟାଇଲ୍ ଏହି ଡ୍ରିଙ୍କସର ଚାହିଦାକୁ ଆହୁରି ବଢାଇ ଦେଇଛି। କିନ୍ତୁ ବିଶ୍ୱ ଲିଭର ଦିବସ ଅବସରରେ ବିଶେଷଜ୍ଞମାନେ ଏକ ଗୁରୁତର ଚେତାବନୀ ଦେଇଛନ୍ତି ଯେ,ଏନର୍ଜୀ ଡ୍ରିଙ୍କସର ସେବନ ବୃଦ୍ଧି ଯୁବବର୍ଗଙ୍କ ଲିଭର ଉପରେ ପ୍ରଭାବ ପକାଉଛି।
ପୂର୍ବରୁ ଯେଉଁ ଲିଭର ଜନିତ ରୋଗ ଗୁଡ଼ିକ ଅଧିକ ବୟସର ଲୋକଙ୍କ ଠାରେ ଦେଖିବାକୁ ମିଳୁ ଥିଲା , ଏବେ ସେହି ସମସ୍ୟା ଗୁଡ଼ିକ ୨୦ରୁ ୩୦ବର୍ଷ ବୟସର ଯୁବକ ଯୁବତୀଙ୍କ ମଧ୍ୟରେ ଖୁବ୍ ଜୋରରେ ନଜର ଆସୁଛି। ନିକଟରେ ମେଡିକାଲ ରିପୋର୍ଟ ଓ ବିଏମଜେ କେସ୍ ରିପୋର୍ଟରେ ପ୍ରକାଶିତ ଷ୍ଟଡି ଅନୁସାରେ , ଏହି ସବୁ ଡ୍ରିଙ୍କସରେ ଥିବା ଅଧିକ କେଫିନ, ସୁଗାର ଓ କେମିକାଲ୍ସ ଲିଭରକୁ ଧିରେ ଧିରେ କ୍ଷତି କରିଥାଏ। ଡାକ୍ତରଙ୍କ କହିବାନୁସାରେ , ଏହି ଅଭ୍ୟାସ ଏବେ ଏକ ଗୁପ୍ତ ବିପଦ ହେବାକୁ ଯାଉଛି, ଯାହା ଦୀର୍ଘ ସମୟରୁ ଗୁରୁତର ରୋଗର କାରଣ ହୋଇପାରେ।ବିନା ସୂଚନାରେ ବାରମ୍ୱାର ସେବନ କରିବା ବିପଦକୁ ଆହୁରି ବଢାଇ ଦେଇଥାଏ। ଆସନ୍ତୁ ଏହି ରିସର୍ଚ୍ଚ ବିଷୟରେ ଡିଟେଲରେ ଜାଣିବା –
ଏନର୍ଜୀ ଡ୍ରିଙ୍କସର ଅଧିକ ସେବନ ଲିଭର ପାଇଁ କାହିଁକି ବିପଜ୍ଜନକ ? କଣ କହେ ରିସର୍ଚ୍ଚ –
ମେଡିକାଲ ଜର୍ନାଲ ବିଏମଜେ କେସ୍ ରିପୋର୍ଟରେ ପ୍ରକାଶିତ ଏକ କେସ୍ ଷ୍ଟଡିରେ ସାମ୍ନାକୁ ଆସିଛି ଯେ, ଏନର୍ଜି ଡ୍ରିଙ୍କ୍ସର ଅଧିକ ସେବନ ଲିଭର ପାଇଁ ଗୁରୁତର କ୍ଷତିକର ହୋଇପାରେ। ଏହି ଷ୍ଟଡି ଅନୁସାରେ , ଏଥିରେ ଥିବା ନିୟାସିନ ଅର୍ଥାତ୍ ଭିଟାମିନ ବି-୩ର ଅଧିକ ମାତ୍ରା ଲିଭରରେ ବିଷାକ୍ତ ପ୍ରଭାବ ପକାଇ ପାରେ, ଯେଉଁଥିରେ ହେପାଟାଇଟିସ୍ ଭଳି ସ୍ଥିତି ଉପୁଜିପାରେ। ଏହା ବ୍ୟତୀତ , ଏହି ଡ୍ରିଙ୍କସରେ ହାଇ ସୁଗାର ସ କେଫିନ ଓ ଟାରିନ ଭଳି ତତ୍ତ୍ୱ ଥାଏ, ଯାହା ଲିଭର ଉପରେ ଅତିରିକ୍ତ ପ୍ରଭାବ ପକାଇ ଥାଏ।
ଅନେକ ଥର ଏଥିରେ କେଫିନର ମାତ୍ରା ସୁରକ୍ଷିକ ସୀମା ଠାରୁ ଅଧିକ ରହିଥାଏ, ଯାହା ଶରୀରର ମେଟାବଲିଜିମକୁ ପ୍ରଭାବିତ କର। ଲଗାତାର ସେବନ କରିବା ଦ୍ୱାରା ଲିଭରରେ ଫ୍ୟାଟ୍ ଜମା ହେବାକୁ ଲାଗେ, ଯାହା ଯୋଗୁଁ ପ୍ରଦାହ ଏବଂ ଅକ୍ସିଡେଟିଭ ଚାପ ବୃଦ୍ଧି ପାଏ। ସମୟ ସହ ଏହି ସ୍ଥିତି ଲିଭରର କ୍ଷମତାକୁ ପ୍ରଭାବିତ କରିପାରେ ଏବଂ ଗୁରୁତର ରୋଗର ବିପଦ ବୃଦ୍ଧି କରିପାରେ। ଯଦି ସମୟ ପୂର୍ବରୁ ଏହି ଅଭ୍ୟାସକୁ ରୋକା ନଯାଏ , ତ ଲିଭର ଡ୍ୟାମେଜ୍ର ବିପଦ ବଢି ପାରେ।
ଯୁବବର୍ଗଙ୍କ ଜୋରରେ ବଢୁଛି ଲିଭର ରୋଗ ସ ୨୫ରୁ ୩୦ ପ୍ରତିଶତ ସହରୀ ଜନସଂଖ୍ୟା ପ୍ରଭାବିତ -
ବିଶେଷଜ୍ଞଙ୍କ ଅନୁସାରେ , ଭାରତରେ ଯୁବବର୍ଗଙ୍କ ମଧ୍ୟରେ ଲିଭର ସହ ଜଡ଼ିତ ସମସ୍ୟା ଗୁଡ଼ିକ ଖୁବ୍ ଜୋରରେ ବଢୁଛି। ବିଶେଷକରି ୨୦ରୁ ୩୦ ବର୍ଷ ବୟସରେ ଫ୍ୟାଟି ଲିଭର ଓ ଅନ୍ୟ ଲିଭର ରୋଗର ମାମଲା ଅଧିକ ଦେଖିବାକୁ ମିଳୁଛି। ଏହାର ଏକ ବଡ଼ କାରଣ ଏନର୍ଜୀ ଡ୍ରିଙ୍କ୍ସ , ମିଠା ପାନୀୟ ପଦାର୍ଥ ଓ ଅସ୍ୱାସ୍ଥ୍ୟକର ଲାଇଫ୍ ଷ୍ଟାଇଲ୍ ।
ଡାକ୍ତରମାନେ ଚେତାବନୀ ଦେଇଛନ୍ତି ଯେ, ଏନର୍ଜୀ ଡ୍ରିଙ୍କ୍ସକୁ ମଦ ସହ ମିଶାଇ ପିଇବା ଦ୍ୱାରା ଖୁବ୍ ବିପଜ୍ଜନକ ହୋଇପାରେ। କେଫିନର ପ୍ରଭାବ ମଦର ନିଶାକୁ ଲୁଚାଇ ଦିଏ, ଯେଉଁଥିରେ ବ୍ୟକ୍ତି ନିଜ ସୀମା ଠାରୁ ଆହୁରି ଅଧିକ ମଦ ସେବନ କରିଥାନ୍ତି। ଏଥିରେ ଲିଭର ଉପରେ ଡବଲ ପ୍ରଭାବ ପଡ଼େ ଏବଂ କ୍ଷତି ଜୋରରେ ବଢିଥାଏ। ଲଗାତାର ଓ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଲିଭରେ ପ୍ରଦାହ , ଫାଇବ୍ରୋସିସ୍ ଓ ସିରୋସିସ୍ ଭଳି ଗୁରୁତର ସ୍ଥିତି ବିକଶିତ ହୋଇପାରେ।
ଆହୁରି ମଧ୍ୟ ପଢନ୍ତୁ : ଆଉ ଭ୍ରମିତ କରି ପାରିବନି ସାଇବର ଠକ , ଆପଣଙ୍କ ଆଣ୍ଡ୍ରଏଡ୍ ଫୋନ୍ କହିଦେବ କେଉଁ ବ୍ୟାଙ୍କ୍ କଲ୍ ଅସଲି