ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଭାରତର ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକକୁ ଦେଖି PSL ଖେଳୁଥିବା ଇଂଲଣ୍ଡ ଖେଳାଳୀ ସାମ ବିଲିଙ୍ଗ୍ସ କଲେ ରିଆକ୍ଟ,‘ ପ୍ରାର୍ଥନା କରୁଛି…’

Published By : Gurupada Nath | May 7, 2025 6:19 PM

ନୂଆଦିଲ୍ଲୀ,୭/୫ :  ଭାରତ ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣର ଜବାବରେ ଆତଙ୍କୀଙ୍କ ବିପକ୍ଷରେ ‘ଅପରେଶନ ସିନ୍ଦୁର’ ଲଞ୍ଚ୍ କରିବା ପରେ ପାକିସ୍ତାନ ଅଧିକୃତ କଶ୍ମୀର ଏବଂ ପାକିସ୍ତାନରେ ଆତଙ୍କୀଙ୍କ ୯ଠିକଣା ଉପରେ ଆକ୍ରମଣ କରିଛି । ଯାହା ପରେ ଇଂଲଣ୍ଡର କ୍ରିକେଟର ଭୟଭୀତ ହୋଇଯାଇଛନ୍ତି ଏବଂ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ନିଜ ସ୍ଥିତିକୁ ଜାହିର କରିଛନ୍ତି । ସାମ ବିଲିଙ୍ଗ୍ସ ସୋସିଆଲ ମିଡ଼ିଆ ପୋଷ୍ଟ ସେୟାର କରି ଲେଖିଛନ୍ତି କି, ‘ମୁଁ ପ୍ରାର୍ଥନା କରୁଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯଥାଶୀଘ୍ର ହ୍ରାସ ପାଉ"। ଇଂଲଣ୍ଡ ଖେଳାଳୀ ସାମ ବିଲିଙ୍ଗ୍ସଙ୍କ ଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଳାଗିଛି । ପ୍ରକାଶ ଯେ, ଇଂଲଣ୍ଡ ଖେଳାଳୀ ସାମ ବିଲିଙ୍ଗ୍ସ ଏହି ସମୟରେ ପାକିସ୍ତାନ ସୁପର ଲିଗରେ ଲାହୋର କଲନ୍ଦର୍ସ ଟିମର ଭାଗିଦାରୀ ଅଟନ୍ତି । 

ଇଂଲଣ୍ଡର ସାମ ବିଲିଙ୍ଗ୍ସଙ୍କ କ୍ୟାରିୟରର କଥା ଯଦି ଆମେ କହିବା ତେବେ ଏହି କ୍ରିକେଟର ଏବେ ପର୍ଯ୍ୟନ୍ତ ୩୬୦ ଟି-୨୦ ମ୍ୟାଚ ଖେଳିଛନ୍ତି ଏବଂ ପ୍ରାୟ ୬୯୯୭ରନ୍ କରିବାରେ ସଫଳତା ହାସଲ କରିଛନ୍ତି । ସାମ ବିଲିଙ୍ଗ୍ସଙ୍କ ନାଁରେ ଟି-୨୦ରେ ଗୋଟିଏ ଶତକ ଏବଂ ୩୫ଅର୍ଦ୍ଧଶତକ ରହିଛି ।


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.