ଲଣ୍ଡନ, ୨୯/୦୪: ଆଗାମୀ ଜୁନ ୧୨ ତାରିଖରୁ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆରମ୍ଭ ହେବ । ଆୟୋଜକ ଇଂଲଣ୍ଡ ପ୍ରଥମ ଦଳ ଭାବେ ୧୫ଜଣିଆ ଦଳ ଘୋଷଣା କରିଛି । ଯୁବା ବାମ ହାତି ସ୍ପିନର ଟିଲି କୋର୍ଟିନ-କୋଲମାନଙ୍କୁ ଦଳରେ ସୁଯୋଗ ମିଳିଛି । ସେ ଏଥର ବିଶ୍ୱକପ୍‌ରେ ପଦାର୍ପଣ କରିବେ । ପେସ୍ ବୋଲର ଇସି ୱଙ୍ଗ୍ ଓ ଲାଉରେନ ଫିଲର ମଧ୍ୟ ପ୍ରଥମ କରି ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି । ଅଭିଜ୍ଞ ବ୍ୟାଟର ଡାନି ୱାଟ୍-ହଜ ସ୍ଥାନ ବଜାୟ ରଖିଥିବାବେଳେ ଲେଗ୍ ସ୍ପିନର ସାରା ଗ୍ଲେନ ବାଦ୍ ପଡ଼ିଛନ୍ତି । ଅଲରାଉଣ୍ଡର ନାତାଲି ସ୍କିଭର-ବ୍ରଣ୍ଟ ଦଳର ନେତୃତ୍ୱ ନେବେ । ଇଂଲଣ୍ଡ ଗ୍ରୁପ୍-୨ରେ ଡିଫେଣ୍ଡିଂ ଚାମ୍ପିଅନ୍ ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ, ସ୍କଟଲାଣ୍ଡ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍ ସହ ସ୍ଥାନ ପାଇଛି । ଜୁନ୍ ୧୨ ତାରିଖରେ ଦଳ ଶ୍ରୀଲଙ୍କା ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

ଅଧିକ ପଢ଼ନ୍ତୁ :-  IPL 2026 : ଆଜି ମୁମ୍ବାଇ- ହାଇଦ୍ରବାଦ ମୁକାବିଲା, MI ପାଇଁ ଅଗ୍ନି ପରୀକ୍ଷା

ଇଂଲଣ୍ଡ ଦଳ: ନାତାଲି ସ୍କିଭର-ବ୍ରଣ୍ଟ (ଅଧିନାୟିକା), ସୋଫିଆ ଡଙ୍କଲି, ଆମି ଜୋନ୍ସ, ଲାଉରେନ ବେଲ, ସୋଫି ଏକ୍ଲେଷ୍ଟୋନ, ଫ୍ରେୟା କେମ୍ପ, ଆଲିସ୍ କ୍ୟାପସୀ, ଲାଉରେନ ଫିଲର, ହିଦର ନାଇଟ୍, କିରା ଚାଥଲି, ମାହିକା ଗୌର, ଏମ୍ମା ଲାମ୍ବ, ଟିଲି କୋର୍ଟିନ-କୋଲମାନ, ଡାନି ଗିବସନ, ଲିନ୍ସୀ ସ୍ମିଥ୍, ଚାର୍ଲି ଡିନ, ଜୋଡି ଜ୍ରୁକକ୍, ଇସି ୱଙ୍ଗ।