ନୂଆଦିଲ୍ଲୀ, ୨୨/୨ : ସୁପର-୮ର ପ୍ରଥମ ମୁକାବିଲା । ପରାଜୟରୁ ଅଭିଯାନ ଆରମ୍ଭ କରିଛି ଶ୍ରୀଲଙ୍କା । ଇଂଲଣ୍ଡ ବିପକ୍ଷ ପ୍ରଥମ ସୁପର-୮ ମୁକାବିଲାରେ ୯୫ ରନରେ ଅଲଆଉଟ୍ ହୋଇଛି ଦଳ । ଦଳର ୪ ଜଣ ଖେଳାଳିଙ୍କୁ ଛାଡ଼ିଦେଲେ ବାକି ଖେଳାଳି ଦୁଇଅଙ୍କ ମଧ୍ୟ ଛୁଇଁପାରିନଥିଲେ । ଦଳ ପକ୍ଷରୁ ସକାନା ସର୍ବାଧିକ ୩୦ ରନ୍ କରିଥିଲେ । ବାକି ଖେଳାଳି ସେମିତି ଆଖି ଦୃଶିଆ ପ୍ରଦର୍ଶନ କରିପାରିନଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ଓଭର ମଧ୍ୟରେ ୯ ଓ୍ବିକେଟ୍ ବିନିମୟରେ ୧୪୬ ରନ୍ କରିଥିଲା । ଲାଗୁଥିଲା ଶ୍ରୀଲଙ୍କା ସହଜରେ ଘରୋଇ ମାଟିରେ ବିଜୟ ହାସଲ କରିଦେବ । ମାତ୍ର ଦଳରେ କୌଣସି ବ୍ୟାଟ୍ସମ୍ୟାନ ଇଂରେଜ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ମାତ୍ର ୯୫ ରନରେ ଅଲଆଉଟ୍ ହୋଇଥିଲେ । ଇଂଲଣ୍ଡର ଓପନର ବ୍ୟାଟ୍ସମ୍ୟାନ ଫିଲ ସଲ୍ଟ ୬୨ ରନର ପାଳି ଖେଳିଥିଲେ । ଓ୍ବିଲ୍ ଜ୍ୟାକ୍ସ ଏହି ମ୍ୟାଚରେ ୩ ଓ୍ବିକେଟ ଅକ୍ତିଆର କରିଥିବାବେଳେ ୨୧ ରନ୍ ସଂଗ୍ରହ କରିଥିଲେ । ସେ ଏହି ମ୍ୟାଚରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଏହାସହ ପଢ଼ନ୍ତୁ : ଭାରତ-ଦକ୍ଷିଣଆଫ୍ରିକା ମୁକାବିଲା : ପ୍ରଥମେ ବୋଲିଂ କରିବ ଟିମ୍ ଇଣ୍ଡିଆ