ଭୁବନେଶ୍ୱର,୧୫/୫: ରାଜ୍ୟର ସମସ୍ତ ପୌରସଂସ୍ଥାଗୁଡ଼ିକ ସହ ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଆଭାସୀ ମାଧ୍ୟମରେ ଆଲୋଚନା ହୋଇଛି। ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ଅପହଞ୍ଚ ଅଞ୍ଚଳରେ ଓ୍ବାଟର ଟ୍ୟାଙ୍କର ଯୋଗେ ଜଳ ଯୋଗାଣ, କଣ୍ଟ୍ରୋଲ ରୁମ୍ ଖୋଲାଯିବା, ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ଦ୍ୱାରା ଜଳଛତ୍ର ପରିଚାଳନା ଏବଂ ପରିମଳ ତଦାରଖ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଜନ ସଚେତତନା ଏବଂ ଦୈନିକ ତଦାରଖକୁ ମଧ୍ୟ ବୈଠକରେ ଗୁରୁତ୍ବ ଦିଆଯାଇଥିଲା।

ପହଲଗାମ ଆତଙ୍କବାଦୀଙ୍କୁ ଧରାଇଦେଲେ ଶିବସେନା ଦେବ ୧୦ ଲ...