ନୂଆଦିଲ୍ଲୀ,୧୮।୧୨: ରିଟାୟରମେଣ୍ଟ ଫଣ୍ଡ ବଡି ଇପିଏଫ୍ଓ ଏବଂ କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍ଆଇସି)ର ସବସ୍କ୍ରାଇବରଙ୍କ ପାଇଁ ଏକ ଭଲ ଖବର। କାରଣ ସବସ୍କ୍ରାଇବରମାନେ ଏବେ ଇ-ଓ୍ବାଲେଟ୍ ଜରିଆରେ କ୍ଲେମ ସେଟେଲମେଣ୍ଟ ଆମାଉଣ୍ଟର ବ୍ୟବହାର କରିବାରେ ସକ୍ଷମ ହେବେ। ଏହି ସୂଚନା ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ସଚବି ସୁମିତା ଡାବରା ଦେଇଛନ୍ତି।
କର୍ମଚାରୀ ଭବିଷ୍ୟ ନିଧି(ଇପିଏଫ୍)ରୁ ତୁରନ୍ତ ଟଙ୍କା ବାହାର କରାଯିବା ନେଇ ପଚରା ଯାଇଥିବା ଉତ୍ତର ନେଇ ସେ କହିଛନ୍ତି, ଜମାକାରୀ ଏହାଦ୍ବାରା ତାଙ୍କର ଟଙ୍କା ସହଜରରେ ବାହାର କରିପାରିବେ। ଇପିଏଫ୍ର ଟଙ୍କା ବ୍ୟାଙ୍କ ଖାତାକୁ ଯିବ ଓ ଜମାକାରୀ ଏହି ରାଶିକୁ ବ୍ୟାଙ୍କ ଖାତାରୁ ଯେ କୌଣସି ଏଟିଏମ୍ ଜରିଆରେ ବାହାର କରିପାରିବେ।
ଡାଭରା କହିଛନ୍ତି, ଏବେ ଆପଣ ଭାବୁଥିବେ କ୍ଲେମ କିଭଳି ଓ୍ବାଲେଟକୁ ଯିବ। ତେବେ ଆମକୁ କିଛି ବ୍ୟବସ୍ଥା କରିବାକୁ ହେବ। ଏଥିପାଇଁ ବ୍ୟାଙ୍କରଙ୍କ ସହ ଆଲୋଚନା କରିବାକୁ ହେବ। ଏ ବିଷୟରେ ଏକ ଯୋଜନା ମଧ୍ୟ ତିଆରି ହେବାକୁ ଯାଉଛି। ଆମେ ଏହାକୁ ବ୍ୟବହାରିକ ରୂପରେ ଲାଗୁ କରିବୁ। ଏ ବିଷୟରେ ରିଜର୍ଭ ବ୍ୟାଙ୍କ ସହ ଯୋଗାଯୋଗ କରାଯାଉଛି। ଖୁବ୍ ଶୀଘ୍ର ଏନେଇ ଯୋଜନା ପ୍ରସ୍ତୁତ କରାଯିବ।
ଏହା ଭିତରେ ଇପିଏଫ୍ଓ ହାଇ ସାଲାରୀ ପେନଶନ୍ ପାଇଁ ପଡି ରହିଥିବା ୩.୧ ଲକ୍ଷ ଆବେଦନକାରୀଙ୍କ ସମ୍ପର୍କରେ ବେତନ ବିବରଣୀ ଅନଲାଇନ୍ରେ ସେୟାର କରିବାର ସମୟ ୩୧ ଜାନୁଆରୀ ୨୦୨୫କୁ ବଢାଇ ଦେଇଛି। ଶ୍ରମ ମନ୍ତ୍ରଣାଳୟ କହିଛି ଇପିଏଫ୍ଓ ଦ୍ବାରା ହାଇ ସାଲାରୀରେ ପେନଶନ୍ ପାଇଁ ବିକଳ୍ପର ଭେରିଫିକେସନ୍ ହେତୁ ଆବେଦନ ପ୍ରସ୍ତୁତ କରିବା ପାଇଁ ଅନଲାଇନ୍ ସୁବିଧା ଉପଲବ୍ଧ କରାଯାଇଛି।