ନୂଆଦିଲ୍ଲୀ,୦୨/୧୨: ହିତାଧିକାରୀଙ୍କ ସୁବିଧାକୁ ନଜରରେ ରଖି କର୍ମଚାରୀ ଭବିଷ୍ୟନିଧି  ପାଣ୍ଠି ସଙ୍ଗଠନ (ଇପିଏଫ୍‌ଓ)  ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ  କରାଯାଇଛି । ଇପିଏଫ୍‌ଓ ଅଟୋକ୍ଲେମ ସେଟଲମେଣ୍ଟ ସୀମାକୁ ୧ ଲକ୍ଷ ଟଙ୍କାକୁ  ବୃଦ୍ଧି କରାଯାଇଛି । ହିତାଧିକାରୀ ଏବେ ଅଟୋମେଟେଡ ଚ୍ୟାନେଲରେ ୧ ଲକ୍ଷ  ଟଙ୍କା ଯାଏ କ୍ଲେମ ନେଇ ପାରିବେ ।  ଏହି ରାଶି ପୂର୍ବରୁ ୫୦ ହଜାର  ଟଙ୍କା ରହିଥିଲା ।

ବିବାହ, ପିଲାଙ୍କ  ପାଠପଢ଼ା ଏବଂ ଘର ବନାଇବା ଲାଗି  ଅର୍ଥ ରାଶି ଉଠାଣ କରିପାରିବେ ।  ଏହାବାଦ କ୍ଲେମ ସେଟଲମେଣ୍ଟ  ହେବା ଦିନଠାରୁ ସୁଧହାର ଗଣନା  କରାଯିବ । ଏବେ ମାସର ୨୪ ଯାଏ  ସେଟଲ ହୋଇଥିବା କ୍ଲେମ୍‌ ଉପରେ  ପୂର୍ବ ମାସ ୩୦ ଯାଏ ସୁଧ ମିଳୁଥିଲା ।