ନୂଆଦିଲ୍ଲୀ,୦୧/୧୨: କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) ରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି । 

ସୂତ୍ର ଅନୁସାରେ ଇପିଏଫ୍‌ଓ ୩.୦ରେ ଥିବା ବ୍ୟବସ୍ଥା  ଅନୁସାରେ,କର୍ମଚାରୀଙ୍କୁ ଏବେ ଏଟିଏମ୍‌ ମାଧ୍ୟମରେ ସିଧାସଳଖ ପିଏଫ୍‌ ପାଣ୍ଠି ଉଠାଣ ସୁବିଧା ଦେବା ଉପରେ ବିଚାର କରାଯାଉଛି ।  ଅନୁମାନ କରାଯାଉଛି ଯେ, ଆସନ୍ତା ବର୍ଷ ଜୁନ୍‌ରୁ  ଏ ସୁବିଧା ଆରମ୍ଭ ହୋଇପାରେ କିନ୍ତୁ ଏହା ଜରିଆରେ  ଏକ ଧାର୍ଯ୍ୟ ରାଶି ହିଁ ଉଠାଯାଇପାରିବ । ଏହା ମାଧ୍ୟମରେ  କର୍ମଚାରୀ ଜରୁରୀକାଳୀନ ପରିସ୍ଥିତି ପାଇଁ ଟଙ୍କା ଉଠାଇବେ କିନ୍ତୁ ଅବସର ପରେ ବି ଆକାଉଣ୍ଟରେ  ପର୍ଯ୍ୟାପ୍ତ ରାଶି ସୁନିଶ୍ଚିତ ରହିବ । 

ସେହିଭଳି ଇପିଏଫ୍‌ରେ କର୍ମଚାରୀଙ୍କ ପକ୍ଷରୁ  ବର୍ତ୍ତମାନ ୧୨% ଯୋଗଦାନ ଥିବାବେଳେ ଏହାକୁ ବି  ବଢ଼ାଇବା ଉପରେ ବିଚାର କରାଯାଉଛି । ବର୍ତ୍ତମାନ  କର୍ମଚାରୀ ନିଜ ମୂଳ ବେତନ, ମହଙ୍ଗା ଭତ୍ତା ଏବଂ  ରିଟେନିଂ ଭତ୍ତାର ୧୨% ଯୋଗଦାନ ଦେଉଛନ୍ତି,  ଯେଉଁଥିରେ ୮.୩୩% ବେତନ ପେନ୍‌ସନ ପାଣ୍ଠି ଏବଂ  ୩.୬୭% ଇପିଏଫ୍‌କୁ ଯାଇଥାଏ ।