ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ପିଏଫ୍‌ ଉଠାଣ ପାଇଁ ଆସିବ ଏଟିଏମ୍‌ କାର୍ଡ, ଜୁନ୍‌ ୨୦୨୫ରୁ ସଂଶୋଧିତ ହୋଇପାରେ ନିୟମ

Published By : Prameya | December 1, 2024 11:19 AM

ନୂଆଦିଲ୍ଲୀ,୦୧/୧୨: କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) ରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି । 

ସୂତ୍ର ଅନୁସାରେ ଇପିଏଫ୍‌ଓ ୩.୦ରେ ଥିବା ବ୍ୟବସ୍ଥା  ଅନୁସାରେ,କର୍ମଚାରୀଙ୍କୁ ଏବେ ଏଟିଏମ୍‌ ମାଧ୍ୟମରେ ସିଧାସଳଖ ପିଏଫ୍‌ ପାଣ୍ଠି ଉଠାଣ ସୁବିଧା ଦେବା ଉପରେ ବିଚାର କରାଯାଉଛି ।  ଅନୁମାନ କରାଯାଉଛି ଯେ, ଆସନ୍ତା ବର୍ଷ ଜୁନ୍‌ରୁ  ଏ ସୁବିଧା ଆରମ୍ଭ ହୋଇପାରେ କିନ୍ତୁ ଏହା ଜରିଆରେ  ଏକ ଧାର୍ଯ୍ୟ ରାଶି ହିଁ ଉଠାଯାଇପାରିବ । ଏହା ମାଧ୍ୟମରେ  କର୍ମଚାରୀ ଜରୁରୀକାଳୀନ ପରିସ୍ଥିତି ପାଇଁ ଟଙ୍କା ଉଠାଇବେ କିନ୍ତୁ ଅବସର ପରେ ବି ଆକାଉଣ୍ଟରେ  ପର୍ଯ୍ୟାପ୍ତ ରାଶି ସୁନିଶ୍ଚିତ ରହିବ । 

ସେହିଭଳି ଇପିଏଫ୍‌ରେ କର୍ମଚାରୀଙ୍କ ପକ୍ଷରୁ  ବର୍ତ୍ତମାନ ୧୨% ଯୋଗଦାନ ଥିବାବେଳେ ଏହାକୁ ବି  ବଢ଼ାଇବା ଉପରେ ବିଚାର କରାଯାଉଛି । ବର୍ତ୍ତମାନ  କର୍ମଚାରୀ ନିଜ ମୂଳ ବେତନ, ମହଙ୍ଗା ଭତ୍ତା ଏବଂ  ରିଟେନିଂ ଭତ୍ତାର ୧୨% ଯୋଗଦାନ ଦେଉଛନ୍ତି,  ଯେଉଁଥିରେ ୮.୩୩% ବେତନ ପେନ୍‌ସନ ପାଣ୍ଠି ଏବଂ  ୩.୬୭% ଇପିଏଫ୍‌କୁ ଯାଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.