ନୀଳଗିରି,୧୬/୧୦ : ନୀଳଗିରି ରେଞ୍ଜ ଅଧିନ ଖନ୍ତାପଡା ଅଧିନ ପୁବଗଡିଆଠାରେ ଚାଲୁଥିବା ଏକ ବେଆଇନ କରତ କଳ ଉପରେ ବନବିଭାଗ ଅତର୍କିତ ଚଢ଼ାଉ କରିଛି। ସେଠାରୁ  ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହ କାଠ ଜବତ ହୋଇଛି।

ବାଲେଶ୍ଵରଙ୍କ ଏସିଏଫଙ୍କ ନିର୍ଦ୍ଦେଶକ୍ରମେ ନୀଳଗିରି ରେଞ୍ଜର ଆଇସା ଏ ନିଶା ଙ୍କ ନେତୃତ୍ୱରେ ନୀଳଗିରି ପୋଲିସ ଓ ନୀଳଗିରି ରେଞ୍ଜ ଅଧିନ ସମସ୍ତ କର୍ମଚାରୀଙ୍କୁ ନେଇ  ଉକ୍ତ ବେଆଇନ କରତ କଳ ଉପରେ ଚଢ଼ାଉ କରାଯାଇଥିଲା। କରତକଳରୁ ସମସ୍ତ ଯନ୍ତ୍ରାଂଶ ଜବତ ହେବା ସହ ଇଉକାଲିପଟାସ,ଆମ୍ବ,ସିମୁଳି ଇତ୍ୟାଦିର କାଠ ଗଣ୍ଡି ଜବତ କରାଯାଇଅଛି । ଜବତ କାଠର ପରିମାଣ ୧୫୦.୨୨ ସିଫ୍ଟ ହୋଇଥିବା ବେଳେ କାଠ ଓ  କରତକଳ ଯନ୍ତ୍ରାଂଶର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ନୀଳଗିରି  ରେଞ୍ଜର   କହିଛନ୍ତି।