ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବାତ୍ୟା ଦାନା ପାଇଁ ଗର୍ଭବତୀଙ୍କୁ ଠାକୁରମୁଣ୍ଡା ସ୍ଥାନାନ୍ତର

Published By : Suraj Kumar | October 24, 2024 4:36 PM

ଠାକୁରମୁଣ୍ଡା,୨୪।୧୦ : ଠାକୁରମୁଣ୍ଡା ବ୍ଲକରେ ସମ୍ଭାବ୍ୟ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଚଳାଇଛି l ୨୪ ତାରିଖରୁ ୧୮ ଟି ଗ୍ରାମପଞ୍ଚାୟତ ପାଇଁ ୨୪ ଘଣ୍ଟିଆ ହେଲ୍ପ ଲାଇନ ଚାଲୁ କରାଯାଇଛି l ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମରୁ ୫୦ ଜଣ ଗର୍ଭବତୀଙ୍କୁ ଘରୁ ଉଠାଯାଇଛି l ସେଥିରୁ ୩୭ ଜଣଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥଇଥାନ କରାଯାଇଥିବାବେଳେ ୧୩ ଜଣଙ୍କୁ ମା‘ ଗୃହରେ ରଖାଯାଇଛି l ତେବେ ୫୦ ଜଣଙ୍କ ମଧ୍ୟରୁ ମେଡିକାଲ ଆସିବା ପରେ ୫ ଜଣଙ୍କର ପ୍ରସବ ହୋଇସାରିଥିବା ଡାକ୍ତର ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି l

 ଗର୍ଭବତୀଙ୍କୁ ସ୍ଥାନାନ୍ତର କରିବା ବେଳେ ନିଜର ନିରାପଦ ଆଶ୍ରୟ ଥିବା କାରଣରୁ ୭ ଜଣ ସରକାରୀ ବ୍ୟବସ୍ଥାରେ ନଆସି ନିଜ ଘରେ ରହିଛନ୍ତି l ସେମାନେ ନିଜ ଦାୟିତ୍ୱ ନିଜେ ନେବେ ଏବଂ କୌଣସି ସମସ୍ୟା ହେଲେ ପ୍ରଶାସନକୁ ଦାୟୀ କରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇଛନ୍ତି ବୋଲି ସୂଚନା ଦିଆଯାଇଛି l ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ୬୩ ଟି ଅସ୍ଥାୟୀ ଆଶ୍ରୟ ସ୍ଥଳ ଖୋଲାଯାଇଛି l ସମୁଦାୟ ୪୭୦୦ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଚି଼ହ୍ନଟ କରାଯାଇଛି ବୋଲି ବିଡ଼ିଓ ସୂଚନା ଦେଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.