ନୂଆଦିଲ୍ଲୀ,୩୧/୦୩: ଦେଶରେ  ବିକ୍ରି ହେଉଥିବା ୨ ଚକିଆ ଯାନ ସହ ଏବେ କମ୍ପାନି ଗୁଡ଼ିକ ୨ ଆଇଏସ୍‌ଆଇ ହେଲ୍‌ମେଟ୍‌  ଦେବାକୁ ପଡ଼ିବ । କେନ୍ଦ୍ର ସଡ଼କ ପରିବହନ  ମନ୍ତ୍ରୀ ନୀତିନ ଗଡ଼କରି ନୂଆଦିଲ୍ଲୀରେ ଅନୁଷ୍ଠିତ ଅଟୋ ସମିଟରେ ଯୋଗଦେଇ ଏ ନେଇ  ଘୋଷଣା କରିଛନ୍ତି । 

ଶ୍ରୀ ଗଡ଼କରି କହିଲେ, ଲୋକଙ୍କ ସୁରକ୍ଷା ଲାଗି ଏହା ଜରୁରୀ । ଟୁହ୍ୱିଲର ହେଲମେଟ ମାନୁଫାକଚର୍ସ ଆସୋସିଏସନ ଅଫ୍‌ ଇଣ୍ଡିଆ (ଟିଏଚ୍‌ଏମ୍‌ଏ) ଏହାର ସମର୍ଥନ  କରିଛି । ଟିଏଚ୍‌ଏମ୍‌ଏ ପକ୍ଷରୁ ଦୀର୍ଘ ସମୟ  ହେବ ଏ ନେଇ ଦାବି ହେଉଥିଲା । ଦେଶରେ  ପ୍ରତିବର୍ଷ ଦୁର୍ଘଟଣା ଯୋଗୁ ୧.୮୮ ଲକ୍ଷ  ଲୋକଙ୍କ ମୃତ୍ୟୁ ହେଉଛି । ସଡ଼କ ଦୁର୍ଘଟଣା  ସଂଖ୍ୟା ୪.୮୮ ଲକ୍ଷ । ୬୬% ମୃତକଙ୍କ  ବୟସ ୧୮ରୁ ୪୫ ବର୍ଷ ମଧ୍ୟରେ । ୨ ଚକିଆ  ଯାନରେ ଯାଉଥିବା ୬୯ ହଜାର ଲୋକ ସଡ଼କ  ଦୁର୍ଘଟଣାରେ ମୃତ୍ୟୁ ହେଉଛି । ଏଥିରୁ ୫୦%  ଲୋକଙ୍କ ମୃତ୍ୟୁ ହେଲ୍‌ମେଟ ନ ପିନ୍ଧିବା ଯୋଗୁ  ହେଉଥିବା ସୂଚନା ମିଳିଛି ।