ଭୁବନେଶ୍ବର, ୧୯।୪ : ପାଞ୍ଚ ଟ୍ରିଲୟନ ଅର୍ଥ ବ୍ୟବସ୍ଥା କେବଳ ଏକ ଡିଜିପି ସଂଖ୍ୟା ନୁହେଁ ବରଂ ଏହାର ଅର୍ଥ ହେଉଛି ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ କବଳରୁ ମୁକ୍ତ କରିବା, ବିଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବା, ଶକ୍ତି ସୁରକ୍ଷା ଏବଂ ଡିଜିଟାଲ ସଶକ୍ତିକରଣ ସୁନିଶ୍ଚିତ କରିବା । ଆଇଆଇଏମ ସମ୍ବଲପୁରର ନବମ ବାର୍ଷିକ ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର କହିଛନ୍ତି।
ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ ଦେଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ ଜରିଆରେ ଦେଶକୁ ଶୀର୍ଷ ସ୍ତରକୁ ନେଇଯିବା ଲାଗି ଚାହୁଁଛନ୍ତି। ସମସ୍ତଙ୍କ ପ୍ରୟାସ ବଳରେ ଭାରତ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ।
ସାମ୍ପ୍ରତିକ ଭୂ-ରାଜନୈତିକ ଓ ଆର୍ଥିକ ପରିଦୃଶ୍ୟରେ ସୁଯୋଗ ଓ ଆହ୍ବାନ ଶୀର୍ଷକ ବିଷୟବସ୍ତୁ ଉପରେ ମତ ରଖି ଡକ୍ଟର ମିଶ୍ର କହିଥିଲେ ବିଶ୍ବ ଅର୍ଥବ୍ୟବସ୍ଥା ଏକ ଗୁରୁତ୍ବପୂର୍ଣ୍ଣ ମୋଡରେ ପହଞ୍ଚିଥିବାରୁ ଆମେ ସମସ୍ତେ ଏକ ଉତ୍ସାହଜନକ ଏବଂ ଆହ୍ବାନପୂର୍ଣ୍ଣ ସମୟରେ କାଳତିପାତ କରୁଛୁ। ବିଶ୍ବ ଯୋଗାଣ ଶୃଙ୍ଖଳରେ ବାଧା ଉତ୍ପନ୍ନ ହେବା ସହିତ ଭୂ-ରାଜନୈତିକ ଉତ୍ତେଜନା ଏବଂ ପରିବର୍ତ୍ତିତ ବିଶ୍ବ ବାଣିଜ୍ୟ ସ୍ଥିତି ସମେତ ଅନେକ ଜଟିଳ ଆହ୍ବାନ ବିଶ୍ବ ଅର୍ଥବ୍ୟବସ୍ଥା ଆଗରେ ଛିଡା ହୋଇଛି।

ଭାରତର ଡିଜିଟାଲ ଅର୍ଥ ବ୍ୟବସ୍ଥାର ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ମତ ରଖି ଡକ୍ଟର ମିଶ୍ର କହିଥିଲେ , ଦେଶରେ ଏବେ ୮୦ କୋଟିରୁ ଅଧିକ ଇଣ୍ଟରନେଟ ଉପଭୋକ୍ତା ରହିଛନ୍ତି। ଏଆଇ, ମସିନ ଲର୍ଣ୍ଣିଂ, ବ୍ଲକ ଚେନ ଓ ଇଷ୍ଟଣ୍ଟ୍ରୀ ୪.୦ ଏବେ ବାସ୍ତବତାରେ ପରିଣତ ହୋଇଛି।
ଏହି ଅନୁଷ୍ଠାନର ଡିଜାଇନ ସମସାମୟିକ ସମ୍ବଲପୁରୀ କଳା ସହିତ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ନିର୍ମିତ ହୋଇଛି। ଆଇଆଇଏମ ସମ୍ବଲପୁର ମ୍ୟାନେଜମେଣ୍ଟ ବା ପ୍ରବଦ୍ଧନ ଶିକ୍ଷାରେ ଉତ୍କର୍ଷତା ହାସଲ କରିବାରେ ଖ୍ୟାତି ଅର୍ଜନ କରିଛି। ଏହାର ମୂଳ ଆଦର୍ଶନ ହେଉଛି ନବସୃଜନ , ବିଶ୍ବସନୀୟତା ଓ ସମାବେଶୀତା। ଛାତ୍ରଛାତ୍ରୀଙ୍କୁ ପ୍ରତିକୂଳ ପରିସ୍ଥିତିରେ ସାହସୀ ଏବଂ ସହନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଅଧ୍ୟବସାୟ ଏବଂ ଦୃଢ ସଂକଳ୍ପ ଭଳି ଗୁଣକୁ ନେଇ ସମସ୍ତକୁ ବିଫଳତାକୁ ଶିଖିବାର ଏବଂ ଆାଗକୁ ବଢିବାର ଏକ ସୁଯେଗ ଭାବେ ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ।