ଲାହୋର – ଜେଲରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆଖିର ୩ୟ ଥର ହୋଇଛି ଅପରେସନ। ହସ୍ପିଟାଲର ଅଧିକାରୀମାନେ ଏହାର ସୂଚନା ଦେଇଛନ୍ତି। ୭୩ ବର୍ଷର ଇମ୍ରାନ ଖାନଙ୍କୁ ଗୁରୁତର ଆଖି ରୋଗ ସେଣ୍ଟ୍ରାଲ ରେଟିନାଲ ଭେନ୍ ଅକ୍ଲୁଜନ (ସିଆରଭିଓ) ଅଛି। ଏହି ବିଷୟରେ ଜାନୁଆରୀରେ ପାକିସ୍ତାନୀ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ପ୍ରଦାନ କରାଯାଇ ଥିଲା। ତାଙ୍କୁ ପାକିସ୍ତାନ ଇନଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ , ଇସଲାମାବାଦରେ ଭର୍ତ୍ତି କରାଯାଇ ଥିଲା , ଯେଉଁଠି ତାଙ୍କ ଆଖିର ଅପରେସନ କରାଯାଇଛି। ପୂର୍ବତନ କ୍ରିକେଟରରୁ ପଲିଟିସିଆନ୍ ହୋଇଥିବା ଏବଂ ପାକିସ୍ତାନ ତହରିକ୍-ଏ-ଇନସାଫ୍ର ସଂସ୍ଥାପକଙ୍କୁ ଆଣ୍ଟି-ଭିଇଜିଏଫ୍ ଇନଟ୍ରାଭିଟ୍ରିୟଲ ଇଞ୍ଜେକ୍ସନର ୩ୟ ଡୋଜ୍ ଦିଆ ଯାଇଛି।
ହସ୍ପିଟାଲରୁ ଆସି ଥିବା ବିବୃତ୍ତି ମୁତାବିକ ,ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଏଥିରେ ଆହୁରି କୁହାଯାଇଛି ଯେ, ସାଧାରଣ ଭାବେ , ତିନୋଟି ଇଞ୍ଜେକ୍ସନ ହିଁ ଦିଆଯାଏ। ଏହି କଥାର ସମ୍ଭାବନା କମ୍ ଅଛି ଯେ, ଇମ୍ରାନ ଖାନଙ୍କ ୪ର୍ଥ ଇଞ୍ଜେକ୍ସନ ଦିଆଯିବ। ସେ ଆହୁରି ମଧ୍ୟ କହିଛି , ଏହି ପ୍ରଭାବର ଆକଳନ ଚାରି ସପ୍ତାହ ପରେ କରାଯାଏ। ଏଥିପାଇଁ ଏହା ଚାରି ସପ୍ତାହ ପରେ ସ୍ଥିର କରାଯିବ ଯେ , ଆଉ ଏକ ଡୋଜର ଆବଶ୍ୟକ ହେବ ନା ନାହିଁ।
ଇମ୍ରାନ ଖାନ ଅଗଷ୍ଟ ୨୦୨୩ରୁ ଜେଲରେ ବନ୍ଦୀ ଅଛନ୍ତି। ବର୍ତ୍ତମାନରେ ଅନେକ ମାମଲାରେ ତାଙ୍କ ଉପରେ ଲାଗି ଥିବା ଅଭିଯୋଗ ଅନୁସାରେ ଉଚ୍ଚ ସୁରକ୍ଷା ଯୁକ୍ତ ଅଡିଆଲ ଜେଲ୍, ରାୱଲପିଣ୍ଡିରେ ରଖା ଯାଇଛି।