ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

୭୨ଜଣ କିଡ଼ନୀ ପୀଡିତ ରୋଗୀଙ୍କ ପରୀକ୍ଷା ଓ ଔଷଧ ବଣ୍ଟନ

Published By : Gurupada Nath | June 7, 2025 8:04 PM

ହରଭଙ୍ଗା,୭/୬ :  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜିଲ୍ଲାରେ ସର୍ବାଧିକ କିଡ଼ନୀ ପ୍ରପୀଡ଼ିତ ରୋଗୀ ଚି଼ହ୍ନଟ ଥିବାବେଳେ ବହୁ ସମୟରେ ଔଷଧ ଅଭାବରୁ ରୋଗୀ ମୃତ୍ୟୁ ହୋଇଥାନ୍ତି l ଓଡିଶାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ରାଜ୍ୟ ସରକାର ଯୋଗାଇ ଦେବା ଫଳରେ ପ୍ରତି ଜିଲ୍ଲା ଓ ବ୍ଲକସ୍ତରରେ ଏବେ କିଡ଼ନୀ ରୋଗୀ ନିଃଶୁଳ୍କରେ ରୋଗ ପରୀକ୍ଷା ଓ ଔଷଧ ପାଇ ପାରିବେ l 

ଏହାକୁ ନେଇ ବୌଦ୍ଧ ଜିଲ୍ଲାରେ ସର୍ବାଧିକ କିଡ଼ନୀ ପୀଡିତ ଅଂଚଳ ହରଭଙ୍ଗା ବ୍ଲକରେ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଶନିବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଡ଼େନି ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ କିଡ଼ନୀ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.କିଶୋର ଚନ୍ଦ୍ର ପଟ୍ଟନାୟକ, ଏଡିଏମଓ ଡା.ସଂଘମିତ୍ରା ପଣ୍ଡା, ଭୁବନେଶ୍ୱର ଉତ୍କଳ ହସ୍ପିଟାଲରୁ ଆସିଥିବା କିଡ଼ନୀ ସ୍ପେସାଲିଷ୍ଟ ଡା.ଲାଲାଟ ବରୁଣ ପାତ୍ର, ଆଡ଼େନି ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା.ଶ୍ରୀବନ୍ତ ସ୍ୱାଇଁ ଓ ଡା. ଶ୍ୟାମପ୍ରସାଦ ମେହେର ଉପସ୍ଥିତ ରହି ବ୍ଲକର ମହାଲିକ ପଡ଼ା, କୁସଙ୍ଗ, ଛତ୍ରଙ୍ଗ, ହରଭଙ୍ଗା ଓ ସଂକୁଲୋଇ ଆଦି ୫ଟି ପଂଚାୟତରୁ ଆସିଥିବା ୭୨ଜଣ କିଡ଼ନୀ ପ୍ରପୀଡ଼ିତ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରାଯାଇଥିଲା l ଏହି କିଡ଼ନୀ ରୋଗ ପରୀକ୍ଷା ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆଗକୁ ଜିଲ୍ଲାର ୩ଟି ବ୍ଲକ ସହ ଏନଏସି ଅଞ୍ଚଳରେ ମଧ୍ୟ ଚାଲୁ ରହିବ ବୋଲି ଜଣା ପଡ଼ିଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.