ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଚୋରା ମଦ କାରବାରରେ ସମିତି ସଭ୍ୟା, ମଦ ବିରୋଧୀ ଆନ୍ଦୋଳନ କରି ଜିତିଥିଲେ ନିର୍ବାଚନ

Published By : Prameya | July 28, 2025 11:45 AM

ସୁନ୍ଦରଗଡ଼,୨୮/୦୭: ନିଶା ପାଇଁ ସୃଷ୍ଟି  ହେଉଛି ଅଶାନ୍ତି । ବିଗିଡ଼ି ଯାଉଛି ପରିବାରର  ଆର୍ଥିକ ସ୍ଥିତି । ଏହି କାରଣରୁ ମଦ ବିକ୍ରି ବନ୍ଦ କରିବାକୁ ଆନ୍ଦୋଳନକୁ ଓହ୍ଲାଉଛନ୍ତି ମହିଳା । ଏହିକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ  ମେଘଡେଗା ପଞ୍ଚାୟତର ପ୍ରମୋଦିନୀ ମାଝୀ ମଧ୍ୟ ନିଶା ହଟାଇବାକୁ ଓହ୍ଲାଇଥିଲେ ଆନ୍ଦୋଳନକୁ । ଜନସମର୍ଥନ ପାଇବା ପରେ ସମିତିସଭ୍ୟ ଭାବେ ବିଜୟୀ ମଧ୍ୟ ହେଲେ । ହେଲେ ଖୋଦ୍‌ ଚୋରା ମଦ ବ୍ୟବସାୟ କରି ଏବେ ଅବକାରୀ ବିଭାଗ ହାତରେ ବନ୍ଧା ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।  

ମେଘଡ଼େଗା ପଞ୍ଚାୟତରେ ଚୋରା ମଦ  କାରବାର ବିରୋଧରେ ସ୍ୱର ଉତ୍ତୋଳନ କରି  ଚର୍ଚ୍ଚାକୁ ଆସିଥିଲେ ପ୍ରମୋଦିନୀ । ତାଙ୍କର ଏଭଳି ଉଦ୍ୟମ ଲୋକଙ୍କ ଆସ୍ଥା ଜିତିଥିଲା । ପଞ୍ଚାୟତ  ନିର୍ବାଚନରେ ତାଙ୍କୁ ଲୋକେ ସମିତିସଭ୍ୟ ଭାବେ  ବିପୁଳ ଭୋଟ୍‌ରେ ଜିତାଇଥିଲେ । ହେଲେ ନିର୍ବାଚନ  ପରେ ସେ ବଦଳିଗଲେ । ଅଞ୍ଚଳକୁ ମଦମୁକ୍ତ କରିବା  ବଦଳରେ ମଦ ବ୍ୟବସାୟ ଆରମ୍ଭ କରିଦେଲେ ।  ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଏଭଳି ବେଆଇନ  ବ୍ୟବସାୟ ସମ୍ପର୍କରେ ବାରମ୍ବାର ଅଭିଯୋଗ  ହୋଇଥିଲା । ଉଜ୍ଜଲପୁର ଅବକାରୀ ଇନ୍ସପେକ୍ଟର  ଆରତୀ ମିଶ୍ର ଏ ସମ୍ପର୍କରେ ଜାଣିବା ପରେ ଏକ  ଟିମ୍‌ ସହ ଚଢ଼ଉ କରିଥିଲେ । ଘର ଯାଞ୍ଚ କରିବା  ସମୟରେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ମିଳିଥିଲା । ଜବତ ମଦ ଆନୁମାନିକ ୧ ଲକ୍ଷ  ଟଙ୍କାର ହେବ । ସମିତିସଭ୍ୟାଙ୍କୁ ଅବକାରୀ ବିଭାଗ  ଗିରଫ କରିଛି । କୋର୍ଟରେ ଜାମିନ ନାମଞ୍ଜୁର  ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.