ଆଖିରେ ହେଉଥିବା ସମସ୍ୟା ଶରୀରରେ ଖଣିଜ ପଦାର୍ଥର ଅଭାବର ଲକ୍ଷଣ ହୋଇପାରେ । ତେଣୁ ଆଖି ସମସ୍ୟାକୁ ଅଣଦେଖା କରିବା ଅନୁଚିତ୍ । ତେଣୁ ସମୟ ପୂର୍ବରୁ ଲକ୍ଷଣକୁ ଦେଖି ରୋଗର ଚିହ୍ନଟ କରାଇ ନେବା ଉଚିତ୍ । ଜିଙ୍କ୍ ଶରୀରର ବିକାଶ ଓ ଇମ୍ୟୁନିଟି ପାଇଁ ଖୁବ୍ ଜରୁରି । ଏହାର ଅଭାବରେ ଆଖିରେ କେତେକ ଲକ୍ଷଣ ଦେଖା ଦେଇଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଡାଏଟ୍ରେ ଜିଙ୍କ୍ ଯୁକ୍ତ ଖାଦ୍ୟ ସାମିଲ୍ କରିବାକୁ ପଡିଥାଏ । ଶରୀରର ବିକାଶ ପାଇଁ ସମସ୍ତ ପୋଷକ ତତ୍ତ୍ୱର ଆବଶ୍ୟକ ପଡିଥାଏ । ଭିଟାମିନ୍ ଓ ମିନେରାଲ ଆମ ଶରୀରର ପୂର୍ଣ୍ଣ ବିକାଶରେ ସହଯୋଗ କରିଥାଏ । ତଥାପି ପ୍ରାୟ ଲୋକଜିଙ୍କ୍ ପରି ତତ୍ତ୍ୱକୁ ଅଣଦେଖା କରିଥାନ୍ତି । ଫଳରେ ଏହାର ଅଭାବ ଶରୀରରେ ଦେଖା ଦେଇଥାଏ ।

ଜିଙ୍କ୍ କାହିଁକି ଜରୁରି?

ଏହା ଏକ ଜରୁରି ମିନେରାଲ୍, ଯାହା ଶରୀରର ବିକାଶ, ଇମ୍ୟୁନିଟି ବଢାଇବା ଓସାରା ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସହଯୋଗ କରିଥାଏ । ଏହା ପ୍ରୋଟିନ୍, ଫ୍ୟାଟ୍ ଓଡିଏନ୍ଏର ମେଟାବଲିଜିମ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ । ତା’ ସହିତ ଘାଆକୁ ଭରିବା ଓ ଇମ୍ୟୁନିଟିକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ,ଯାହା ରୋଗ ସହ ଲଢିବାରେ ସହଯୋଗ କରିଥାଏ ।ଏହା ବ୍ୟତୀତ ଜିଙ୍କ୍ ଆଖିକୁ ଭଲ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ ।ଆମ ଆଖିରେ ଜିଙ୍କ୍ର ମାତ୍ରା ଅଧିକ ରହିଥାଏ । ବିଶେଷ କରି ରେଟିନା, ରେଟିନାଲ ପିଗ୍ମେଣ୍ଟ୍ ଏପିଥୋଲିୟମ୍ ଏବଂ କୋରାଇଡ୍ । ଏସବୁ ଆଖିର ସେହି ଅଂଶ,ଯାହାକୁ ରକ୍ତରୁ ପୋଷକ ତତ୍ତ୍ୱ ମିଳିଥାଏ ।ଟେଲର୍ ଆଣ୍ଡ୍ ଫ୍ରାସିସ୍ରେ ପ୍ରକାଶିତ ଏକ ଗବେଷଣା ଅନୁସାରେ ଜିଙ୍ଗ୍ର ଅଭାବରୁଆଖିର ସଂରଚନା ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସିପାରେ । ଏହି ପରିବର୍ତ୍ତନଦ୍ୱାରା ଦୃଷ୍ଟିଶକ୍ତି ହରାଇବା ସହିତ ଆଲୋକରେ ରେଟିନାର ପ୍ରତିକ୍ରିୟାରେ ମଧ୍ୟପରିବର୍ତ୍ତନ ଆସିପାରେ । ଯେପରିକି

ନାଇଟ୍ ବ୍ଲାଇଣ୍ଡନେସ୍(ନିକ୍ଟାଲୋପିଆ): କମ୍ ଆଲୋକ ବା ଅନ୍ଧାରରେ ଠିକ୍ ଭାବେଦେଖା ନଯିବା, ଏହା ଭିଟାମିନ୍-ଏ' ଅଭାବରୁ ହୋଇଥାଏ।ବ୍ଲୟର୍ ଭିଜନ୍: ଶରୀରରେ ଜିଙ୍କ୍ର ଅଭାବ ହେଲେ ପ୍ରାୟ ଜିନିଷ ସାମାନ୍ୟ ବ୍ଲୟର୍ ବା ଜାଲଜାଲୁଆ ଦେଖାଯାଇଥାଏ ।ଫଟୋଫୋବିଆ: ଏହା ଆଲୋକ କାରଣରୁ ହେଉଥିବା ସମସ୍ୟା, ଯାହା ଜିଙ୍କ୍ର ଅଭାବ ରହିଥିବାର ସୂଚନା ଦେଇଥାଏ ।

କମ୍ ଆଲୋକରେ ସମସ୍ୟା: ଜିଙ୍କ୍ର ଅଭାବ ଯୋଗୁ କମ୍ ଆଲୋକରେ କମ୍ ଦେଖାଯିବାର ସମସ୍ୟା ସୃଷ୍ଟି ହୋଇଥାଏ । କାରଣ ରେଟିନା କାର୍ଯ୍ୟ କରିବା ବା କ୍ଷତିରୁରକ୍ଷା ପାଇବା ପାଇଁ ଜିଙ୍କ୍ ଉପରେ ନିର୍ଭର କରିଥାଏ ।

କେମିତି ଦୂରେଇବେ?

ଶରୀରରୁ ଜିଙ୍କ୍ର ଅଭାବ ଦୂର କରିବା ପାଇଁ ଏହାର ସପ୍ଲିମେଣ୍ଟ୍ ସହ କେତେକଖାଦ୍ୟ ମଧ୍ୟ ନେଇପାରିବେ । ଯେପରିକି ମାଛ, କ୍ଷୀରଜାତୀୟ ପଦାର୍ଥ, ଅଙ୍କୁରିତଗହମ, ମାଂସ ଓ ଚିକେନ୍, ଡାଲି ଓ ମଟର ଆଦି ।