ନୂଆଦିଲ୍ଲୀ : ଏସିଡ୍ ଆଟାକ୍ ଓ ବର୍ନ ପୀଡ଼ିତଙ୍କ ପାଇଁ ଗୁଡ୍ ନ୍ୟୁଜ୍ ଦେବାକୁ ଯାଉଛି ଦିଲ୍ଲୀ ଏମ୍ସ। ଦିଲ୍ଲୀ ଏମ୍ସର ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’ର ସୁବିଧା ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ଡାକ୍ତରମାନଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇ ସାରିଛି। ଖୁବ୍ ଶୀଘ୍ର ରୋଗୀଙ୍କ ୱେଟିଂ ତାଲିକା ପ୍ରସ୍ତୁତ କରାଯିବ। ଏହି ସର୍ଜରୀ ସେହି ଲୋକଙ୍କ ପାଇଁ ବରଦାନ ସଦୃଶ ହେବ , ଯେଉଁମାନଙ୍କ ମୁହଁ ଏସିଡ୍ ଆଟାକ୍ , ଗୁରୁତର ଭାବେ ଜଳିଯାଇ ଥିବା କିମ୍ୱା କୌଣସି ଦୁର୍ଘଟଣାରେ ବିକୃତ ହୋଇ ଯାଇ ଥିବ।
ଆହୁରି ମଧ୍ୟ ପଢନ୍ତୁ : ଭାଲେଣ୍ଟାଇନ ୱିକ୍ରେ ଖୋଲିଲା ନିଆରା କାଫେ , ଏଆଇ ପ୍ରେମୀ କରୁଛନ୍ତି ଡେଟିଂ... ମଣିଷର ଆବଶ୍ୟକତା ନାହିଁ
ଏମ୍ସର ବର୍ନ ଆଣ୍ଡ ପ୍ଲାଷ୍ଟିକ୍ ସର୍ଜରୀର ବିଭାଗ ଅଧ୍ୟକ୍ଷ ଡାକ୍ତର ସିଙ୍ଘଲ କହିଛନ୍ତି ଯେ, ତାଙ୍କ ବିଭାଗ ମୁହଁ ପ୍ରତ୍ୟାରୋପଣ ଆରମ୍ଭ କରିବାର ପ୍ରସ୍ତୁତି କରୁଛି। ଏହି ବିଷୟରେ ଡାକ୍ତରଙ୍କ ପ୍ରଶିକ୍ଷଣ ମଧ୍ୟ ଦିଆ ଯାଇ ସାରିଛି। ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’ ପାଇଁ ଯୋଗ୍ୟ ରୋଗୀଙ୍କ ୱେଟିଂ ତାଲିକା ପ୍ରସ୍ତୁତ କରିବାର ପ୍ରକ୍ରିୟା ଅତି ଶୀଘ୍ର ଆରମ୍ଭ ହେବ।
ବିଭାଗ ଅଧ୍ୟକ୍ଷ ଡାକ୍ତର ସିଙ୍ଘଲଙ୍କ କହିବାନୁସାରେ , ଯଦି ସବୁ କିଛି ଠିକ୍ ରହେ ତ , ଦିଲ୍ଲୀ ଏମ୍ସ ଏକ ବର୍ଷରେ ଫେସ୍ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ କରିଦେବ। ଏହାପରେ ଗନସଟ୍,ଇଲେକ୍ଟ୍ରିକ୍ ବର୍ନ ଓ ଏସିଡ୍ ଆଟାକ୍ ଭଳି ଘଟଣା ଗୁଡ଼ିକରେ ଯେଉଁ ଲୋକଙ୍କର ମୁହଁ ଖରାପ ହୋଇ ସାରିଛି ,ତାଙ୍କର ଫେସ୍ ଟ୍ରାନ୍ସପ୍ଲାଣ୍ଟ କରାଯାଇ ପାରିବ।
ଏମ୍ସର ବର୍ନ ଆଣ୍ଡ ପ୍ଲାଷ୍ଟିକ୍ ସର୍ଜରୀର ବିଭାଗ ଅଧ୍ୟକ୍ଷ ଡା.ମନିଷ ସିଙ୍ଘଲ କହିଛନ୍ତି ଯେ, ବିଶ୍ୱରେ ଏବେସୁଦ୍ଧା ୮୦ଟି ଚେହେରା ପ୍ରତ୍ୟାରୋପଣ ହୋଇଛି। ଆମେରିକାରେ ସବୁଠୁ ଅଧିକ ହୋଇଛି। ଏସିଆରେ ଚୀନ ଓ ତୁର୍କୀରେ ଏମିତି ସର୍ଜରୀ ହୋଇଛି। ଭାରତରେ ଏବେସୁଦ୍ଧା ଏମିତି କୌଣସି ସର୍ଜରୀ ହୋଇ ନାହିଁ।
ଆହୁରି ମଧ୍ୟ ପଢନ୍ତୁ : ୧୨-୧୮ ମାସରେ ଏଆଇ ନେଇଯିବ ହ୍ୱାଇଟ୍ –କଲର ଜବ୍ସର ସ୍ଥାନ ; ମାଇକ୍ରୋସଫ୍ଟ AI ସିଇଓଙ୍କ ଆଶ୍ଚର୍ଯ୍ୟକର ବୟାନ
ବିଶେଷଜ୍ଞଙ୍କ ଅନୁସାରେ , ଫେସ୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ବ୍ରେନ୍ ଡେଡ୍ କାଡେଭର ଡୋନରର ଆବଶ୍ୟକ ହୋଇଥାଏ। ଡୋନର ଠାରୁ ରୋଗୀର କଲର , ଜେଣ୍ଡର ଓ ବୟସର ମଧ୍ୟ ମେଳ ହେବାର ଜରୁରୀ ହୋଇଥାଏ। ଦାନର ଦୁଇ ଘଣ୍ଟାରେ ପ୍ରତ୍ୟାରୋପଣ କରିବାକୁ ହୋଇଥାଏ। ଚେହେରା ପ୍ରତ୍ୟାରୋପଣ ପରେ ତ୍ୱଚାରେ ସମ୍ୱେଦନଶୀଳତା ଆସିବାରେ ପାଖାପାଖି ଛଅ ମାସ ଲାଗିଥାଏ। ହେଲେ ରୋଗୀଙ୍କୁ ସାରା ଜୀବନ ଇମ୍ୟୁନୋସ୍ପ୍ରେସନର ଔଷଧ ନେବାକୁ ହୁଏ।
ସର୍ଜରୀରେ ୧୬ରୁ ୪୦ ଘଣ୍ଟା ଯାଏ ସମୟ ଲାଗେ। ସର୍ଜରୀ ଦୁଇଟି ପର୍ଯ୍ୟାୟରେ ହୋଇଥାଏ। ସର୍ଜରୀ ଜଟିଳ ହେବାସହ ଘଣ୍ଟା ଘଣ୍ଟା ଧରି ଚାଲିଥାଏ।