ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାଜଧାନୀରେ ଧରାପଡ଼ିଲେ ନକଲି DSP, ୨ଲକ୍ଷରୁ ଅଧିକ ନକଲି ଟଙ୍କା ସହ ପୋଲିସ ୟୁନିଫର୍ମ ଜବତ

Published By : Harapriya Sethi | March 24, 2025 12:29 PM

ଭୁବନେଶ୍ୱର, ୨୪/୦୩: ରାଜଧାନୀରୁ ଧରାପଡ଼ିଲେ ନକଲି ଡିଏସ୍‌ପି। ଚାକିରି କରାଇ ଦେବାକୁ କହି କରୁଥିଲେ ଠକେଇ। ନାଇଟ୍‌ ବ୍ଲକିଂ ଚେକିଂ ବେଳେ ଧରିଲା ସହିଦନଗର ପୋଲିସ । ନକଲି ଡିଏସ୍‌ପି ଭଦ୍ରକର ମାନସ ରଞ୍ଜନ ସେନାପତି ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଘରୁ ପୋଲିସ ପୋଷାକ, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ପୋଲିସ ଜୋତା, ବେଲ୍ଟ ଓ ଟୋପି ସହ ନକଲି ଆଇକାର୍ଡ, କାର୍‌ ଏବଂ ମୋବାଇଲ୍‌ ଜବତ କରାଯାଇଛି।

ସୂଚନା ମୁତାବକ, ଭଦ୍ରକର ମାନସ ସେନାପତି ନାମକ ବ୍ୟକ୍ତି ଦୀର୍ଘ ଦିନ ଧରି ଭୁବନେଶ୍ୱରର ମଧୁସୂଦନ ନଗରରେ ରହି ଆସୁଥିଲେ। ନକଲି ଡିଏସ୍‌ପି ପରିଚୟ ପତ୍ର ଦେଖାଇ ଚାକିରି କରାଇ ଦେବାକୁ କହି ଅନେକ ଲୋକଙ୍କୁ ଠକେଇ କରିଥିଲେ। ଏନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଶେଷରେ ନକଲି ଡିଏସ୍‌ପି ଧରାପଡ଼ିଚନ୍ତି। ସହିଦ ନଗର ଅଞ୍ଚଳରେ ନାଇଟ୍‌ ବ୍ଲକିଂ ଚେକିଂ ବେଳେ ନକଲି ଡିଏସ୍‌ପିଙ୍କୁ ସହିଦନଗର ପୋଲିସ ଧରିଛି। ଅଭିଯୁକ୍ତ ଘରୁ ପୋଲିସ ପୋଷାକ, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ପୋଲିସ ଜୋତା, ବେଲ୍ଟ ଓ ଟୋପି ସହ ନକଲି ଆଇ କାର୍ଡ, କାର୍‌ ଏବଂ ମୋବାଇଲ୍‌ ଜବତ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.