ଭୁବନେଶ୍ୱର ୧୨/୦୫: ରାଜଧାନୀରୁ ଗିରଫ ହେଲା ନକଲି ପୁଲିସ। ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ। ନିଜକୁ ପୁଲିସ କହି ଲୋକଙ୍କୁ ଲଗାଉଥଲା ଚୂନ। ଓଡ଼ିଶା ଫାୟାର ସର୍ଭିସର ଫେକ୍ ଆଇ କାର୍ଡ ବନାଇବା ସହ ଗାଡ଼ିରେ ପୁଲିସ ଲୋଗ ଲଗାଇ ବୁଲୁଥିଲା । ପୁଲିସ ପରିଚୟ ଦେଇ ଟୋଲ୍ ଗେଟ୍ରେ ପାରି ହେଉଥିଲା। ଡମଣା ଛକରେ ବ୍ଲକିଂ ବେଳେ ଧରା ପଡ଼ିଗଲା ନକଲି ପୁଲିସ।
ଖାଲି ସେତିକି ନୁହେଁ, ସୋସିଆଲ ମିଡିଆରେ ପୁଲିସ ୟୁନିଫର୍ମ ପିନ୍ଧି ଦେଖାଉଥିଲା ପତିଆରା। ଲୋକଙ୍କୁ ଡରାଉଥିଲା । ମିଛି କେସରେ ଫସାଇବାକୁ ଦେଉଥିଲା ଧମକ ଚମକ। ଅଭିଯୁକ୍ତ ଆଦିତ୍ୟ ସେଠୀକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ଏନେଇ ପ୍ରେସ ମିଟ କରି ସୂଚନା ଦେଇଛନ୍ତି ଜୋନ୍ ୬ଏସିପି ମାନସ ରଞ୍ଜନ ପ୍ରଧାନ।
ଅଧିକ ପଢ଼ନ୍ତୁ :- Violent Attack : ବିଚ୍ ରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍, ବ୍ରହ୍ମପୁର ପରେ କଟକରେ ହଣାକଟା, ୧୪ରେ ଡିଜି ଅଫିସ୍ ଘେରିବ ବିଜେଡି