ବ୍ରହ୍ମପୁର, ୧୨/୦୫ : ବ୍ରହ୍ମପୁରରେ ପୁଣି ବର୍ବରତା। ଯୁବକଙ୍କୁ ଗୋଡାଇ ଗୋଡାଇ ବିଚ୍ ରାସ୍ତାରେ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ସଦର ଥାନା ବେନ୍ଦାଳିଆ ଗାଁରେ ଏଭଳି ନୃଶଂସକାଣ୍ଡ ଘଟିଛି। ଯୁବକଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ୩ ଜଣ ଦୁର୍ବୃତ୍ତ ରାସ୍ତା ଉପରେ ଏଭଳି ନୃଶଂସକାଣ୍ଡ ଘଟାଇଛନ୍ତି। ଏବେ ସୁଦ୍ଧା ଆକ୍ରମଣର କାରଣ ଜଣାପଡ଼ି ନଥିବା ବେଳେ ଯୁବକଙ୍କ ନା ପିଙ୍କୁ ସେଠୀ ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଏମକେସିଜି ଏବଂ ପରେ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି।
ସେପଟେ କଟକ ସାନ ମୁଣ୍ଡଳୀରେ ସମାନ ଘଟଣା ଘଟିଛି। ଦିନ ଦ୍ଵିପ୍ରହରରେ କିଛି ଦୁର୍ବୃତ୍ତ ୩ ଜଣଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଛନ୍ତି। ଜଣେ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହଣାକଟା ହୋଇଥିବା ସୂଚନା ମିଳିଛି। ଖଣ୍ଡା ଚୋଟରେ ଜଣେ ଦହିବରା ବେପାରୀଙ୍କ ହାଣ୍ଡି ନଷ୍ଟ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ନେଇ ବିଜେଡି ବର୍ଷିଛି। ଓଡ଼ିଶାରେ ଆକ୍ରମଣ, ହତ୍ୟା, ଦୁଷ୍କର୍ମ ଭଳି ମାମଲା ବଢ଼ି ଚାଲିଛି। ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା, ନୟାଗଡ଼ରେ ମାଫିଆମାନେ ଜଣଙ୍କୁ ହତ୍ୟା କରିବା ମାମଲା ଏହାର ପ୍ରମାଣ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେଡି ଉପସଭାପତି ପ୍ରତାପ ଜେନା। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଏହା ଦୁଃଖ ଓ ପରିତାପର କଥା ବୋଲି ସେ କହିଛନ୍ତି। ଏହାର ପ୍ରତିବାଦରେ ମେ ୧୪ରେ କଟକ ଜିଲ୍ଲା ବିଜେଡ଼ି ପକ୍ଷରୁ ଡିଜିପିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଡିଜିପିଙ୍କୁ ସ୍ମାରକପାତ୍ର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।...
ଏହି ଖବରଟିକୁ ପଢନ୍ତୁ- Odisha Police : ପୁଲିସ ବାବୁଙ୍କ ଦବଙ୍ଗଗିରି, ନିଜ କାର୍ ପାର୍କିଂ କରିବାକୁ ଜାଗା ନହେବାରୁ ଅନ୍ୟ ଗାଡ଼ିକୁ ବାଡ଼େଇ କଲେ ଗୁଣ୍ଡ