ଉମରକୋଟ,୦୪।୧୨ : ପ୍ରଧାନ ଶିକ୍ଷୟିତ୍ରୀ ଶ୍ରେଣୀ ଗୃହରେ ପୋଷାକ ବାଣ୍ଟୁଥିବା ବେଳେ ଛାତରୁ ଖସିଲା ଫ୍ୟାନ। ଫ୍ୟାନ  ଖସି ଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବାମ ମୁଣ୍ଡରେ ଆଘାତ ଲାଗିଥିଲା। ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଖାଣ୍ଡା ପଂଚାୟତ ଅଧୀନ କରାଣ୍ଡିଆଗୁଡାଠାରେ  ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ । 

କରାଣ୍ଡିବଗୁଡା ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ରହିଛି। ଏଠାରେ ୮୫ ଜଣ ପିଲା ପାଠ ପଢ଼ୁଥିବା ବେଳେ କେବଳ ଗୋଟିଏ ଶ୍ରେଣୀଗୃହ ରହିଛି। ସେହି ଶ୍ରେଣୀଗୃହ ରେ ସମସ୍ତ ପିଲାମାନେ ପାଠ ପଢିବା ସହ ଅଫିସ କାମ ମଧ୍ୟ ସେଠାରେ କରାଯାଇଥାଏ। ପ୍ରଧାନ ଶିକ୍ଷୟିତ୍ରୀ ନମିତା ରାୟ ସ୍କୁଲରେ ପିଲାମାନଙ୍କୁ ପୋଷାକ ବାଣ୍ଟୁଥିବା ବେଳେ ହଠାତ ଛାତ ଉପରୁ ପଙ୍ଖା ଖସିଯାଇଥିଲା ଏବଂ ଶିକ୍ଷୟିତ୍ରୀ ଙ୍କ ବାମ ମୁଣ୍ଡରେ ଆଘାତ ବାଜିଥିଲା । କିନ୍ତୁ ଅନ୍ୟ କୌଣସି ପିଲାଙ୍କୁ ଆଘାତ ଲାଗିନଥିଲା। 

 ସମସ୍ୟା ନେଇ  ବିଦ୍ୟାଳୟର କମିଟି ବାରମ୍ବାର ସରକାର ଓ ବିଇଓଙ୍କୁ ଜଣେଇଥିଲେ ସୁଦ୍ଧା ଶ୍ରେଣୀଗୃହର ମରାମତି ହୋଇପାରିନାହିଁ।  ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବା ଅନୁଯାଇ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ କୌଣସି ଗୃହ ନାହିଁ।  ପାଲ , ଜରି ବାନ୍ଧି ରନ୍ଧା କାର୍ଯ୍ୟ କରାଯାଉଛି।