ପ୍ରମୂଖ ଖବର
  • ବହୁଚର୍ଚ୍ଚିତ କୋଲକାତା ଆର୍. ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ
  • ||
  • ଫିରିଙ୍ଗିଆ : ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ମୃତ, ଦୁଇ ଗୁରୁତର
  • ||
  • କୋଣାର୍କ ସୂର୍ଯ୍ୟମନ୍ଦିରରେ ସିଙ୍ଗାପୁର ରାଷ୍ଟ୍ରପତି, ୪ ଘଣ୍ଟା ପାଇଁ ପର୍ଯ୍ୟଟକଙ୍କ କଟକଣା ଲାଗୁ
  • ||
  • ମାଲକାନଗିରି : କୁମ୍ବିଂ ଅପରେସନ୍‌ ବେଳେ ମାଓବାଦୀଙ୍କ ସୁଡଙ୍ଗ ଠାବ, ଶତାଧିକ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ
  • ||
  • ମାଲକାନଗିରି : ରୋଗୀ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବାପ ଝିଅ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍‌, ଲିଙ୍କ୍‌ରେ ଥିବା କଣ୍ଟ୍ରାକ୍ଟର, ବିଲ୍‌ଡରଙ୍କ ଘରେ ଚାଲିଛି ଚଢ଼ାଉ
  • ||
  • ପାରାଦୀପ : ହାଇୱା ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡ଼ିରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ସାରା ଓଡ଼ିଶାରେ ଚାଲିଛି ପକ୍ଷୀ ଗଣନା, ଗଣନାକାରୀ ଟିମ୍‌ ସହ ବିଶେଷଜ୍ଞ ଓ ଗାଇଡ୍‌ ନିୟୋଜିତ
  • ||
  • ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ଛାତରୁ ଖସିଲା ଫ୍ୟାନ, ଅଳ୍ପକେ ବର୍ତ୍ତିଲେ ପ୍ରଧାନ ଶିକ୍ଷୟିତ୍ରୀ

Published By : Prameya | December 4, 2024 4:08 PM

ଉମରକୋଟ,୦୪।୧୨ : ପ୍ରଧାନ ଶିକ୍ଷୟିତ୍ରୀ ଶ୍ରେଣୀ ଗୃହରେ ପୋଷାକ ବାଣ୍ଟୁଥିବା ବେଳେ ଛାତରୁ ଖସିଲା ଫ୍ୟାନ। ଫ୍ୟାନ  ଖସି ଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବାମ ମୁଣ୍ଡରେ ଆଘାତ ଲାଗିଥିଲା। ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଖାଣ୍ଡା ପଂଚାୟତ ଅଧୀନ କରାଣ୍ଡିଆଗୁଡାଠାରେ  ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ । 

କରାଣ୍ଡିବଗୁଡା ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ରହିଛି। ଏଠାରେ ୮୫ ଜଣ ପିଲା ପାଠ ପଢ଼ୁଥିବା ବେଳେ କେବଳ ଗୋଟିଏ ଶ୍ରେଣୀଗୃହ ରହିଛି। ସେହି ଶ୍ରେଣୀଗୃହ ରେ ସମସ୍ତ ପିଲାମାନେ ପାଠ ପଢିବା ସହ ଅଫିସ କାମ ମଧ୍ୟ ସେଠାରେ କରାଯାଇଥାଏ। ପ୍ରଧାନ ଶିକ୍ଷୟିତ୍ରୀ ନମିତା ରାୟ ସ୍କୁଲରେ ପିଲାମାନଙ୍କୁ ପୋଷାକ ବାଣ୍ଟୁଥିବା ବେଳେ ହଠାତ ଛାତ ଉପରୁ ପଙ୍ଖା ଖସିଯାଇଥିଲା ଏବଂ ଶିକ୍ଷୟିତ୍ରୀ ଙ୍କ ବାମ ମୁଣ୍ଡରେ ଆଘାତ ବାଜିଥିଲା । କିନ୍ତୁ ଅନ୍ୟ କୌଣସି ପିଲାଙ୍କୁ ଆଘାତ ଲାଗିନଥିଲା। 

 ସମସ୍ୟା ନେଇ  ବିଦ୍ୟାଳୟର କମିଟି ବାରମ୍ବାର ସରକାର ଓ ବିଇଓଙ୍କୁ ଜଣେଇଥିଲେ ସୁଦ୍ଧା ଶ୍ରେଣୀଗୃହର ମରାମତି ହୋଇପାରିନାହିଁ।  ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବା ଅନୁଯାଇ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ କୌଣସି ଗୃହ ନାହିଁ।  ପାଲ , ଜରି ବାନ୍ଧି ରନ୍ଧା କାର୍ଯ୍ୟ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.