ଭୁବନେଶ୍ୱର, ୩୦/୧୨ : ନୂଆବର୍ଷରୁ ରାଜ୍ୟରେ କୃଷକ ପଞ୍ଜୀକରଣ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ଡିଜିଟାଲ କୃଷି ଅଧୀନରେ କୃଷକ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ଜାନୁଆରୀ ୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖରେ ସରିବ । ଚାଷୀମାନେ ଅନଲାଇନ୍ ଓ ଅଫଲାଇନ୍ରେ ପଞ୍ଜୀକରଣ କରିପାରିବେ । ଅଫଲାଇନ୍ରେ ପଞ୍ଜୀକରଣ କରିବା ପାଇଁ ପଞ୍ଚାୟତସ୍ତରୀୟ କ୍ୟାମ୍ପରେ ଯୋଗାଯୋଗ କରିବାକୁ ପଡ଼ିବ । ନଚେତ୍ ଚାଷୀମାନେ ନିକଟସ୍ଥ ଜନସେବା କେନ୍ଦ୍ରରେ ପଞ୍ଜୀକରଣ କରାଇପାରିବେ ।
ସେହିପରି ଅନଲାଇନରେ କୃଷକ ରେଜିଷ୍ଟ୍ରି ପୋର୍ଟାଲ୍ fþ odfr.agristack. gov.inରେ ଚାଷୀମାନେ ପଞ୍ଜୀକରଣ କରାଇପାରିବେ । ଅସୁବିଧାରେ ପଡ଼ିଲେ ଚାଷୀ ୧୫୫୩୩୩ରେ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି ।