ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଖଇରପୁଟରେ ବ୍ଲକସ୍ତରୀୟ ଖରିଫ ଧାନ କ୍ରୟ ପାଇଁ ଚାଷୀ ତାଲିମ ଶିବିର

Published By : Gurupada Nath | December 6, 2024 6:28 PM

ମାଲକାନଗିରି, ୬/୧୨ : ଧାନ ମଣ୍ଡି ସୁପରିଚାଳନା ନେଇ ଖଇରପୁଟ ବ୍ଲକ କନଫରେନ୍ସ ହଲରେ ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ ଚଳିତ ଖରିଫ ଋତୁରେ ଧାନ କ୍ରୟ ସମ୍ବନ୍ଧରେ ଏକ ଚାଷୀ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁଡୁମୁଲୁଗୁମ୍ମା ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ, ଲ୍ୟାମ୍ପ ପରିଚାଳକ ରମେଶ ଚନ୍ଦ୍ର ରାଉତ, ଗୋବିନ୍ଦପାଲି ବଣ୍ଡା ଲ୍ୟାମ୍ପ ସଭାପତି ସମନ୍ଧୁ ହାଡପୁଟିଆ, କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ, ସମିତି ସଭ୍ୟ ରାମଚନ୍ଦ୍ର ମଲଲୀ, ଲ୍ୟାମ୍ପ ପରିଚାଳକ ଅନ୍ତର୍ଯ୍ୟାମୀ ସାହୁ, ଆରଏମସି ଅଧିକାରୀ ରାଜେନ୍ଦ୍ର ଜେନା ସାମନ୍ତ, ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତଥିଲେ । 

ଆଗାମୀ ଦିନରେ ଧାନ କ୍ରୟ ହେବାକୁ ଥିବା ମଣ୍ଡି ଗୁଡ଼ିକର ବ୍ୟବସ୍ଥା, ଉତ୍ତମ ଗୁଣବତ୍ତା ଧାନ କ୍ରୟ ପଦ୍ଧତି ଓ ପ୍ରତ୍ୟେକ କୁଇଣ୍ଟାଲ ପ୍ରତି, ରାଜ୍ୟ ସରକାରଙ୍କ ଘୋଷିତ ୮୦୦ ଟଙ୍କାର ବୋନସ ସହାୟତା ରାଶି ମିଶି ଧାନର ସର୍ବମୋଟ କ୍ରୟ ମୂଲ୍ୟ ୩୧୦୦ ଟଙ୍କା ଗୋଟିଏ କିସ୍ତିରେ ଚାଷୀ ପାଇବା ବିଷୟରେ ସବିଶେଷ ବିବରଣୀ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ କିର୍ଷାନୀ ସମସ୍ତ ଚାଷୀ ଭାଇମାନଙ୍କୁ ଉତ୍ତମ ଗୁଣବତ୍ତା ମାନର ଧାନ ମଣ୍ଡିକୁ ଆଣିବା ପାଈଁ ଅନୁରୋଧ କରିବା ସହ ଶାନ୍ତି ଶୃଙ୍ଖଳା ସହ ମଣ୍ଡି ପରିଚାଳନା ପାଇଁ ଆହ୍ଵାନ ଦେଇଥିଲେ । ସଭା ଶେଷରେ ନିୟନ୍ତ୍ରିତ ବଜାର କମିଟିର ଅଧିକାରୀମାନେ ଧାନ ଆନାଲିସିସ୍ କରି କିପରି ଧାନର ଗୁଣବତ୍ତା ପରୀକ୍ଷଣ କରାଯାଏ ସେ ବିଷୟରେ ଅବଗତ କରାଇଛନ୍ତି । ଆଜିର ଶିବିରରେ ଖଇରପୁଟ ଧାନ ସ°ଗ୍ରହ କମିଟିର ସମସ୍ତ ସଦସ୍ୟଙ୍କ ସହ ପାଖାପାଖି ୧୦୦ରୁ ଊର୍ଦ୍ଧ୍ବ ଚାଷୀ ଉପସ୍ଥିତ ଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.