ପ୍ରମୂଖ ଖବର
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଚାଷୀଙ୍କୁ ଦାଉ ସାଧିଲା ଅଦିନିଆ ବର୍ଷା, ଖଳା ଓ ବିଲରେ ଭିଜୁଛି ଧାନ

Published By : Suraj Kumar | November 30, 2024 10:23 PM

କେନ୍ଦୁଝର ସଦର,୩୦/୧୧(ଆପ୍ର) କେନ୍ଦୁଝର ଜିଲ୍ଲା ସଦର ଉପକଣ୍ଠ ବିଭିନ୍ନ ସ୍ଥାନରେ ଶୁକ୍ରବାର ରାତିରୁ ଝିପି ଝିପି ବର୍ଷା ଲାଗି ରହିବା ଯୋଗୁଁ ଧାନ ଚାଷୀ ମାନେ ପ୍ରଭାବିତ ହୋଇଛନ୍ତି। ଏବେ ଧାନ ଅମଳ ସମୟ ହୋଇଥିବାରୁ ଅଦିନିଆ ବର୍ଷା ଚାଷୀକୂଳକୁର ମେରୁଦଣ୍ଡ ଭାଙ୍ଗି ଦେଇଛି। ଚାଷ ଜମିରେ ଧାନ କଟା ହେବାକୁ ଥିବା ପାଚିଲା ଧାନ ଓଦା ହୋଇଯାଇଛି। ଅନେକ ବିଲରେ କଟା ଧାନ ପଡ଼ିରହିଛି ସେହିପରି କିଛି ଚାଷୀ ଧାନ କାଟି ଖଳାରେ ଗଦାଇ ଥିବା ଧାନ ମଧ୍ୟ ଓଦା ହୋଇଯାଇଛି।

ଚାଷୀଙ୍କ କହିବା ଅନୁଯାୟୀ  ଅମଳ ସମୟରେ ବର୍ଷା ଧାନ ପାଇଁ ସମ୍ପୂର୍ଣ୍ଣ ବିପଦ। ପାଣି ରହିଲେ ଧାନଗୁଡିକ କଳା ପଡିଯିବା ସହିତ ଗଜା ଫିଟିଯିବ । ଯାହା ଫଳରେ ଧାନ ବିକ୍ରି ହେବା ଅସମ୍ଭବ ଏବଂ ଚାଉଳ କରିବା ଅନୁପଯୋଗୀ ହେବ। ଚଳିତ ବର୍ଷ ଧାନ ପାଚିବା ସମୟରେ ଦାନା ବାତ୍ୟାରେ  ଅଳ୍ପ କିଛି ପଡି ପୁଡ଼ା ଯାଇ ପାଣିରେ ନଷ୍ଟ ହୋଇଥିବା ବେଳେ ଅଦିନିଆ ବର୍ଷା ଚାଷୀଙ୍କୁ ବଇରୀ ହେଲା।ମହଙ୍ଗା ମାଡରେ ଉଚ୍ଚ ଦର ଦାମ୍ ଦେଇ ବିହନ, ସାର , ଶ୍ରମିକ, କୀଟନାଶକ ଔଷଧ କରି ଚାଷୀ ଅମଳ ବେଳକୁ ବର୍ଷା ହେଉଛି କାଳ ବୋଲି ପ୍ରଭାବିତ ଚାଷୀ କହିଛନ୍ତି। ଚାଷୀଙ୍କ ନିକରେ ଜରି କିମ୍ୱା ପାଲ ନଥିବାରୁ  ଧାନ ତକ ଖଳାଗୁଡିକରେ ମଧ୍ୟ ଧାନ ଭିଜୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.