ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ପହଲଗାମ ଘଟଣାରେ ଫାରୁକ୍ ଅବଦୁଲ୍ଲାଙ୍କ ଭବିଷ୍ୟବାଣୀ, କହିଲେ ଭାରତ-ପାକିସ୍ତାନ ମଧ୍ୟରେ କେବେ ବି’…

Published By : Ladu Kishor | May 1, 2025 8:29 PM

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ, ମୋତେ ଲାଗୁନି କି ଭାରତ ଆଉ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ସୁଧାର ଆସିବ। ଯେପର୍ଯ୍ୟନ୍ତ ସେନା ନଯାଇଛି ଏବଂ ପାକିସ୍ତାନର ଲୋକମାନେ ଭାରତ ସହିତ ବନ୍ଧୁତା ଚାହାଁନ୍ତି ନାହିଁ, ସେପର୍ଯ୍ୟନ୍ତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ କେବେ ସୁଧାର ଆସିବ ନାହିଁ। ଯେତେବେଳେ ସେଠାରେ ଲୋକଙ୍କ ସରକାର ଆସିବ, ମୁଁ ନିଶ୍ଚିତ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେବ।

୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ସେ କହିଛନ୍ତି ଯେ,ଏହା ସୁରକ୍ଷା ଅବହେଳା ଏବଂ ଜମ୍ମୁକାଶ୍ମୀରକୁ ଅସ୍ଥିର କରିବା ପାଇଁ ପାକିସ୍ତାନର ଏକ ପ୍ରୟାସର ପରିଣାମ। ସେ ପାକିସ୍ତାନର ପ୍ରୋପାଗଣ୍ଡା ଏବଂ ସେନା ମୁଖ୍ୟ ଆସିଫ୍ ମୁନିରଙ୍କୁ ସମାଲୋଚନା କରିଛନ୍ତି । ଫାରୁକ କହିଛନ୍ତି କି,"ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହା ସୁରକ୍ଷା ଏବଂ ଗୁଇନ୍ଦା ତ୍ରୁଟି । 

ସୂଚନାଥାଉକି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ, ଯେଉଁଥିରେ ଦୁଇ ଜଣ ବିଦେଶୀ ନାଗରିକ ମଧ୍ୟ ଥିଲେ। ଏହି ଆକ୍ରମଣ ପରେ ସାରା ଦେଶରେ ପ୍ରବଳ କ୍ରୋଧ ରହିଛି ଏବଂ ସେମାନେ ସରକାରଙ୍କ ନିକଟରେ ଦାବି କରୁଛନ୍ତି ଯେ, ଆତଙ୍କବାଦୀ ଏବଂ ସେମାନଙ୍କୁ ଆଶ୍ରୟ ଦେଉଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପହଲଗାମ ଆକ୍ରମଣର ଦୋଷୀ ମାନଙ୍କୁ କଠୋରତମ ଦଣ୍ଡ ମିଳିବ।

ଏହା ସହିତ, ସେ ଭାରତ ସରକାରଙ୍କ ଜାତି ଜନଗଣନା ନିଷ୍ପତ୍ତି ଉପରେ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି ଫାରୁକ। କହିଛନ୍ତି କି, କେତେକ କୁହନ୍ତି ଯେ ୧୧ କୋଟି ମୁସଲମାନ ଅଛନ୍ତି, କେତେକ କୁହନ୍ତି ଯେ ୧୨ କୋଟି, ୧୪ କୋଟି, ୨୨ କୋଟି ଅଛନ୍ତି। ତେବେ "ପ୍ରଥମ ଥର ପାଇଁ ଆମକୁ ଜାଣିବା ଉଚିତ ଯେ କିଏ କେତେ ଅଛନ୍ତି । କେତେ ଜଣ ନିମ୍ନ ଜାତିର, କେତେ ଜଣ ମୁସଲମାନ, କେତେ ଜଣ ଶିଖ, କେତେ ଜଣ ଖ୍ରୀଷ୍ଟିଆନ, କେତେ ଜଣ ଅନ୍ୟାନ୍ୟ । ଅତି କମରେ ଆମକୁ ଜାଣିବା ଉଚିତ,ଏଥିରେ କୌଣସି କ୍ଷତି ନାହିଁ।"

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.