ନୂଆଦିଲ୍ଲୀ : ଫ୍ୟାଶନ ଇଣ୍ଡଷ୍ଟ୍ରୀର ବଡ଼ ନାଁ ରହିଥିବା ରୋହିତ ବଳଙ୍କ ନିଧନ ସମସ୍ତଙ୍କୁ ଦୋହଲାଇ ଦେଇଛି। କାଶ୍ମୀରରୁ ଆସିଥିବା ରୋହିତ ଇଣ୍ଡିଆନ ଫ୍ୟାଶନକୁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଦେଇ ଥିଲେ। ତାଙ୍କର ଚାଲି ଯିବାରେ ପ୍ରଶଂସକଙ୍କ ସହ ବଲିଉଡ୍‌ ଓ ଫ୍ୟାଶନ ଦୁନିଆ ସହ ଜଡ଼ିତ ଷ୍ଟାର ମଧ୍ୟ ଦୁଃଖି ଅଟନ୍ତି। ଡିଜାଇନରଙ୍କର ଅନ୍ତିମ ସଂସ୍କାର ଶନିବାର ସନ୍ଧ୍ୟାରେ ଦିଲ୍ଲୀରେ ହୋଇଛି। 

ରୋହିତ ବଳଙ୍କର ଅନ୍ତିମ ସଂସ୍କାର ତାଙ୍କର ଭାଇ କରିଛନ୍ତି। ଏଠାରେ ଫ୍ୟାଶନ ଡିଜାଇନରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଅଭିନେତ୍ରୀ ଓ ପଲିଟିସିଆନ ସ୍ମୃତି ଇରାନୀ ପହଞ୍ଚି ଥିଲେ। ସ୍ମୃତିଙ୍କ ବ୍ୟତୀତ ଅଭିନେତା ଅର୍ଜୁନ ରାମପାଳ, ଏଫଡିସିଆଇର ପ୍ରେସିଡେଣ୍ଟ ସୁନିଲ ସେଠୀଙ୍କ ସହ ବହୁତ ମଡେଲ ଓ ଡିଜାଇନର ଯେମିତି କି ରୋହିତ ଗାନ୍ଧୀ ଓ ବରୁଣ ବହଲ ମଧ୍ୟ ପହଞ୍ଚି ଥିଲେ। ଦିଲ୍ଲୀର ଲୋଧି ରୋଡ୍‌ ଶ୍ମଶାନ ଘାଟରେ ରୋହିତ ବଳଙ୍କର ଅନ୍ତିମ ସଂସ୍କାର ହୋଇଛି। ଏଠାରେ ସ୍ମୃତି ଇରାନୀଙ୍କୁ ଡିଜାଇନରଙ୍କ ପରିବାରକୁ ଭେଟିବା ଓ ଶୋକ ପ୍ରକାଶ କରିବା ଦେଖିବାକୁ ମିଳିଥିଲା।  

ଡିଜାଇନରଙ୍କ ସ୍ମୃତିରେ ତାଙ୍କ ପରିବାର ସୋମବାର ସନ୍ଧ୍ୟା ୪ଟାରେ ପ୍ରାର୍ଥନା ସଭା ରଖିଛନ୍ତି। ଏସବୁ ଦିଲ୍ଲୀର ସାଇ ଇଣ୍ଟରନ୍ୟାସନାଲ ସେଣ୍ଟରରେ କରାଯିବ। ରୋହିତ ବଳଙ୍କ ହଠାତ୍‌ ହୋଇଥିବା ନିଧନର ଖବର ସାମ୍ନାକୁ ଆସିବା କ୍ଷଣି ଇଣ୍ଡଷ୍ଟ୍ରୀରେ ଶୋକର ଲହରୀ ଖେଳି ଯାଇଥିଲା। କୁହାଯାଇ ଥିଲା କି, ଡିଜାଇନର ହୃଦ ଜନିତ ରୋଗରେ ପୀଡ଼ିତ ଥିଲେ। ଯେଉଁଥି ପାଇଁ ସେ ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇ ଥିଲେ। ନିଜର ରୋଗ ସମସ୍ୟା ଯୋଗୁଁ ସେ ଫ୍ୟାଶନ ଦୁନିଆରୁ ଦୂରେଇ ଯାଇଥିଲେ। ହେଲେ ଗତ ବର୍ଷ ସେ ଇଣ୍ଡଷ୍ଟ୍ରୀରେ କମବ୍ୟାକ୍‌ କରିଥିଲେ। 


ଏହି ସମୟରେ ସୁପରଷ୍ଟାର ସଲମାନ ଖାନ ମଧ୍ୟ ଡିଜାଇନର ରୋହିତବଳଙ୍କ ନିଧନରେ ଶୋକ ବ୍ୟକ୍ତ କରି ଏକ ପୋଷ୍ଟ ସେୟାର କରିଛନ୍ତି। ଏକ୍ସରେ ସଲମାନ ଖାନ ଲେଖିଛନ୍ତି – ରେଷ୍ଟ ଇନ୍‌ ପିସ୍‌ ରୋହିତ୍‌ । 

ସୂଚନା ଆଧାରରେ,  ଲେକମେ ଫ୍ୟାଶନ ୱିକ୍‌ ୨୦୨୪ରେ ରୋହିତ ବଳ ନିଜର ଶେଷ ଶୋ’ କରିଥିଲେ। ଏଠାରେ ତାଙ୍କ ଦ୍ୱାରା ନିର୍ମିତ ଡିଜାଇନର ଆଉଟଫିଟ୍‌କୁ ପିନ୍ଧି ଅନନ୍ୟା ପାଣ୍ଡେ ରାମ୍ପ ୱାକ୍‌ କରିଥିଲେ। ଅନନ୍ୟା , ରୋହିତଙ୍କ ଶୋଷ୍ଟପର ଥିଲେ। ରାମ୍ପରେ ଅଭିନେତ୍ରୀଙ୍କ ସହ ରୋହିତ ବଳ ମଧ୍ୟ ୱାକ୍‌ କରିଥିଲେ। ସେଠାରେ ତାଙ୍କୁ ଟିରେ ଅସହଜ ସ୍ଥିତିରେ ଦେଖିବାକୁ ମିଳିଥିଲା। ସେ ଖୁବ୍‌ ଦୁର୍ବଳ ନଜର ଆସିଥିଲେ।