ଗୁଣପୁର,୨୯/୦୫: ରାୟଗଡା ଜିଲ୍ଲା ରାମନାଗୁଡାରୁ ରାୟଗଡା ଯିବା ରାସ୍ତାର ପାରିକିଥି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍କୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ବାଇକ୍ ଆରୋହୀ ଆହତ ହୋଇଥିଲେ । ମୃତ ମହିଳାଙ୍କ ପରିଚୟ ବର୍ତ୍ତମାନ ଅସୁସ୍ଥ ରହିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୁଲିସ ।
ସୂଚନା ମୁତାବକ, ରାୟଗଡା ଜିଲ୍ଲାରେ ଝିପି ଝିପି ବର୍ଷା ଲାଗି ରହିଥିବା ବେଳେ ପାରିକିଥି ଘାଟି ରାସ୍ତାରେ ଏକ ଟ୍ରକ୍ ଛିଡା ହୋଇଥିଲା । ବଳକା ଅଣ ଓସାରିଆ ରାସ୍ତାରେ ତାଣ୍ଡି କଣା ଛକ ପଟରୁ ଦୁଇଟି ବାଇକ୍ ଆସୁଥିଲେ । ଏହି ସମୟରେ ରାମନାଗୁଡା ପଟକୁ ଯାଉଥିବା ଏକ ଟ୍ରକ୍ ବାଇକ୍କୁ ଧକ୍କା ଦେଇଥିଲା । ଫଳରେ ଦୁଇଟି ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ବାଇକ୍ ଆରୋହୀ ଆହତ ହୋଇଥିଲେ । ଏସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।