ଆଠଗଡ଼,୬।୧ ଦାଦା ବଟି ମାଗିବା ଅଭିଯୋଗରେ ବାପା ପୁଅ ଗିରଫ । ଗିରଫ ଅଭିଯୁକ୍ତ ମାନେ ହେଲେ କଟକ ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମର କୁଦରତ ଖାଁ, ଏବଂ ତାଙ୍କ ପୁଅ ସରାଫତ ଖାଁ ଓରଫ୍ (ବାବର) । ତିଗିରିଆ ପୋଲିସ୍ ପକ୍ଷରୁ ଗଠନ ହୋଇଥିବା ଏକ ସ୍ବତନ୍ତ୍ର ଦଳ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ତାଙ୍କ ନିଜ ଗ୍ରାମରୁ ଗିରଫ୍ କରିଛି l
ସୁଚନା ଥାଉ କି ଗତ କିଛି ଦିନ ତଳେ ତିଗିରିଆ ଅଂଚଳରେ ଥିବା ଏକ କ୍ରସରରୁ ଦାଦାବଟି ମାଗିବାକୁ ନେଇ କ୍ରସର ମାଲିକ ତିଗିରିଆ ଥାନାରେ ଅଭିଯୋଗ କରିଥିଲେ। ସେ ଅଭିଯୋଗକୁ ଆଧାର କରି ପୋଲିସ୍ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ତେବେ ଗତକାଲି ରାତିରେ ଅଭିଯୁକ୍ତ ମାନଙ୍କୁ ଗିରଫ୍ କରିବା ସହିତ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ସୂଚନା ଦେଇଛନ୍ତି l