ମୋହନା, ୦୩/୧୦: ଗୁରୁବାର ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ପେକଟ ଗ୍ରାମରେ ଭୂସ୍ଖଳନ ହୋଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ  ବାପ-ପୁଅ ନିଖୋଜ ହୋଇଛନ୍ତି । କାର୍ତ୍ତିକ ଶବର ଓ ରାଜିଗ ଶବରଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିନାହିଁ । ଅଗ୍ନିଶମ ବାହିନୀ, ପୁଲିସ ଗ୍ରାମବାସୀ ମିଳିତ ଭାବେ ଖୋଜାଖୋଜି ଜାରି ରଖିଛନ୍ତି ।

ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ଆସି ପହଞ୍ଚିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ନିଖୋଜ ଥିବା ଜଣ ସୁରକ୍ଷିତ ପରିବାରଙ୍କ ପାଖକୁ ଫେରି ଆସନ୍ତୁ ବୋଲି କାମନା କରିଛନ୍ତି । ଏହା ସହ ଗଜପତି ଜିଲ୍ଲା ସବୁବେଳେ ଭୂସ୍ଖଳନ ପ୍ରପୀଡ଼ିତ ଅଞ୍ଚଳ ଭାବେ ପରିଚିତ ହେଉଥିବାରୁ ଏହି ସମସ୍ୟାକୁ ଆଗକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।