ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସାମାନ୍ୟ ବଚସାକୁ ନେଇ ଗଡିଲା ମୁଣ୍ଡ : ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପ ମୃତ, ପୁଅ ଗୁରୁତର

Published By : Suraj Kumar | April 15, 2025 10:51 PM

ଖୋର୍ଦ୍ଧା , ୧୫।୪ : ସାମାନ୍ୟ ଘଟଣାକୁ ନେଇ ଗଡିଲା ମୁଣ୍ଡ ।  ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପାର ମୃତ୍ୟୁ  ହୋଇଥିବା  ବେଳେ   ପୁଅ ଗୁରୁତର ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋଲଗଡ଼ ଥାନା ଅନ୍ତର୍ଗତ ଝାନ୍ସି ପାଟଣା ଗ୍ରାମରେ। 

ପାଟଣା ଗ୍ରାମର ପ୍ରତାପ ସେଠୀ ଏବଂ ସିଦ୍ଧେଶ୍ୱର ବେହେରାଙ୍କ ମଧ୍ୟରେ ଜାତିଆଣ ଆକ୍ଷେପକୁ ନେଇ ଯୁକ୍ତିତର୍କ ଏବଂ ବଚସା ହୋଇଥିଲା। ପରେ ସିଦ୍ଧେଶ୍ୱର ଏବଂ ତାଙ୍କ ସାଥିମାନଙ୍କ ଆକ୍ରମଣରେ ପ୍ରତାପ ମୃତ୍ୟୁ ଘଟିଥିଲା।  ପ୍ରତାପର ପୁଅ   ଦିପୁ ସେଠୀ ଗୁରୁତର ଭାବେ ଆହତ ହୋଇଛି। ପୋଲିସ ମୃତଦେହ ଜବତ କରିବା ସହ ଆହତଙ୍କୁ ମେଡିକାଲ ପଠାଇଛି। ପୋଲିସ ଘଟଣାର  ତଦନ୍ତ କରୁଛି। ଦୁର୍ବୃତ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ପୋଲିସ ସିଦ୍ଧେଶ୍ୱରର ପରିବାର ଲୋକଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ସହ ଅଟକ ରଖିଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.