ପିପିଲି, ୨୬।୭ : ପାରିବାରିକ କଳହର କରୁଣ ପରିଣତି। ଗୋଟିଏ ଫ୍ୟାନରେ ଝୁଲି ପଡିଲେ ବାପ-ପୁଅ । ଦୁଇ ବର୍ଷର ପୁଅକୁ ଧରି ଆତ୍ମହତ୍ୟା କଲା ବାପା । ପିପିଲି ତେଇସପୁର ପୋଟଳ ଗାଁରେ ଘଟିଛି ଅଭାବନୀୟ ଘଟଣା । ଘଟଣା ସ୍ଥଳରେ ପିପିଲି ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଆତ୍ମହତ୍ୟା ପଛରେ ପାରିବାରିକ କଳହ ଥିବା ଜଣାପଡିଛି।